କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କୃଷି ଜିଲ୍ଲା ପକ୍ଷରୁ ରାଇରଙ୍ଗପୁରସ୍ଥ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନ୍ୟାଶ୍ରମ) ପଡିଆରେ ଉପଖଣ୍ଡସ୍ତରୀୟ କ୍ୃଷି ମହୋତ୍ସବ ଓ କ୍ୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ମୁଖ୍ୟଜିଲ୍ଲା କୃଷି ଅଧିକାରୀ ତରୁଣ କୁମାର ଛଟରାୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ସମ୍ମାନୀତ ଅତିଥି ଭାବେ ସାରସକଣା ବିଧାୟକ ଡଃ ବୁଢାନ ମୁର୍ମୁ, ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦାଃ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ରାଇରଙ୍ଗପୁର ବ୍ଲକ୍ ଅଧକ୍ଷ ଜ୍ଞାନରଞନ ହେମ୍ବ୍ରମ, ତିରିଂ ବ୍ଲକ୍ ଅଧକ୍ଷ ପରମେଶ୍ୱର ସମାଡ,ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ,ଅଙ୍କିତା ନାଏକ,  ତରଣୀ କାନ୍ତ ନାଏକ,୪୫ ନଂ ଜୋନ୍ ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି, କୃଷି ଅଧୀ କ୍ଷକ ଯନ୍ତ୍ରୀ ଜଗବନ୍ଧୁ ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ କ୍ୃଷି ସମ୍ବନ୍ଧୀୟ ଓ କୃଷି ଯନ୍ତ୍ରପାତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପଖଣ୍ଡର ୧୨ ଜଣ ବିଶିଷ୍ଟ ଚାଷୀଙ୍କୁ ସମ୍ମାନୀତ କରାଯାଇଛି । ଉକ୍ତ ମେଳାରେ ବିଭିନ୍ନ ଏଜେନ୍ସି ପକ୍ଷରୁ ବିଭିନ୍ନ କୃଷି ଯନ୍ତ୍ରପାତିର ଷ୍ଟଲ୍ ବସିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଲକ୍ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ, ସହକାରୀ କ୍ୃଷି ଅଧିକାରୀ ଧରିତ୍ରୀ ଟୁଡୁ, ବିଜାତଳା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାଏକ, କୁସୁମୀ କୃଷି ଅଧିକାରୀ ଭିମସେନ୍ ସିଂ ଙ୍କ ସମେତ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର