ଦେଓମାଳି ପାହଡଚଢ଼ାରେ ଜୟପୁର ଉପଖଣ୍ଡକୁ ଅଣଦେଖା କରି ନ ଡାକିବାର ପ୍ରତିବାଦ କରିବି: ତାରା 

ଜୟପୁର: ପରବ ଲୋକମହୋତ୍ସବ  ଅବସରରେ ରବିବାର ଜୟପୁରରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ସେଭଳି ଆଜି ହିଁ  ଦେଓମାଳିରେ ପାହଡଚଢ଼ା କାର୍ଯ୍ୟକ୍ରମ ବି ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଜୟପୁର ଉପଖଣ୍ଡର ଜନପ୍ରତିନିଧି, ପ୍ରଶାସନ ଓ ସାଧାରଣ ଜନତାଙ୍କ ନିକଟରେ ସୂଚନା ନଥିବାକୁ ନେଇ ତୀବ୍ର ପ୍ରତି‌କ୍ରୀୟା ପ୍ରକାଶ କରିଛନ୍ତି।  ପ୍ରଶାସନ , ଜିଲ୍ଲାସଂସ୍କୃତି ଅଧିକାରୀ ହିଁ ଜିଲ୍ଲାକୁ ଦୁଇ ଭାଗ କରିବାକୁ ଚେଷ୍ଟା କରି ଜୟପୁରକୁ ଅଣଦେଖା କରିବାକୁ ପ୍ରୟାସ କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି।

ପରବ ଆରମ୍ଭ ହେବା ଠାରୁ ଦେଓମାଳି ପାହଡ ଚଡ଼ା କାର୍ଯ୍ୟକ୍ରମ ସ୍ବତନ୍ତ୍ର ଭାବେ ଗୋଟିଏ ଦିନ କରାଯାଉଥିଲା। ଏଥିରେ ଜିଲ୍ଲାର ସମସ୍ତ ୧୪ଟି ଯାକ ବ୍ଲକରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି, ସବୁ ପ୍ରଶାସନିକ ଅଧିକାରୀ ଆଦି ଭାଗ ନେଉଥିଲେ। ସେଠାରେ ଭାବର ଆଦାନପ୍ରଦାନ ହେବା ସହ ଜିଲ୍ଲା ଏକ ବୋଲି ସମସ୍ତଙ୍କୁ ଜଣାଯାଉଥିଲା। ଦେଓମାଳି ନିକଟରେ ଥିବା କୋଟିଆରେ ସମସ୍ୟା ଲାଗି ରହିବା ସମୟରେ ସବୁ ଜିଲ୍ଲାବାସୀ ଏକତ୍ର ହେଲେ ଏହାର ଏକ ସକାରତ୍ମକ ଛବି ବାହାରିବା ସହ ବିରୋଧୀ ଆନ୍ଧ୍ର ଭୟ କରିଥାନ୍ତେ।  ଗୋଟିଏ ପଟେ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଚାଳିଥିବା ବେଳେ ଏକା ଦିନରେ ଜୟପୁର ଉପଖଣ୍ଡକୁ ବାଦ୍ ଦେଇ କିଭଳି ଦେଓମାଳି ପାହଡ ଚଡ଼ା କାର୍ଯ୍ୟକ୍ରମ ପ୍ରଶାସନ ରଖିଲେ ବୋଲି ଜୟପୁର ବିଧାୟକ ପ୍ରଶ୍ନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ଜନପ୍ରତିନିଧି ତଥା କୋରାପୁଟ ବିଧାୟକ, ଏସଡିସି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସହ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଆଦି ଏହି କାର୍ଯ୍ୟକ୍ରମରେ ବାଦ୍ ପଡ଼ିବା କେତେ ଦୁର ସୁନ୍ଦର।

ପ୍ରଶାସନ ହିଁ ଜୟପୁରଉପଖଣ୍ଡକୁ ଜିଲ୍ଲାରୁ ଭାଗ କରିବାକୁ ପ୍ରୟାସ କରୁଛି ବୋଲି ତାରା ଅଭିଯୋଗ କରିଥିଲେ। ଏହାର ସେ ପ୍ରତିରୋଧ ଓ ପ୍ରତିବାଦ୍ କରିବେ ବୋଲି ଚେତାବନୀ କରିଛନ୍ତି। ଜିଲ୍ଲାପାଳଙ୍କ ଅଗୋଚରରେ ଏଭଳି ହୋଇଥିବ ବୋଲି ସେ ଆଶା କରୁଛନ୍ତି ବୋଲି କହିବା ସହ ଏଭଳି କରାଯିବା ଜିଲ୍ଲାପାଇଁ ଶୁଭଙ୍କର ନୁହେଁ। ଜୟପୁର ଓଜୟପୁର ଉପଖଣ୍ଡକୁ ପ୍ରଶାସନ ଅଣଦେଖାକୁ ସେ ବରଦାସ୍ତ କରିବେ ନାହିଁ ବୋଲି ବି କହିଛନ୍ତି ବିଧାୟକ। ଏହାର ଉତ୍ତର ପରବ ମୁଖ୍ୟଉତ୍ସବ ଦିନ ସେ ଦେବେ ବୋଲି କହିଛନ୍ତି ବିଧାୟକ।ଏଭଳି କରାଯିବାର ନଥିଲା ବୋଲି ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏକା ଦିନରେ ଦୁଇଟି କାର୍ଯ୍ୟକ୍ରମ କାହିଁକି ପ୍ରଶାସନ ରଖୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଜୟପୁରରେ କିଛି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାର ପ୍ରଚାର ଓପ୍ରସାର ଜିଲ୍ଲାପ୍ରଶାସନ ଠିକ ଭାବେ କରୁ ନାହିଁ ‌କାହିଁକି , ପ୍ରଶାସନିକ ଇଛାଶକ୍ତିର ଅଭାବ ଦେଖିବାକୁ ମିଳୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି।

 

ସମ୍ବନ୍ଧିତ ଖବର