ବେଆଇନ ପଥର ଖଣିରେ ଚଢ଼ଉ, ଜେସିବି ସହ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ କାଇମାଟିଆ ଠାରେ ଥିବା ଏକ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖଣିରେ ଚଢ଼ଉ କରାଯାଇ ଗୋଟିଏ ଜେସିବି ସମେତ ୨ଜଣଙ୍କୁ ଗିରଫ କରାଯାଇଛି ।

ଏନେଇ ସୂଚନା ଦେଇ ସଦର ଥାନା ଅଧିକାରୀ ଅନୀତା ସାହୁ କହିଛନ୍ତି ଯେ ଗତକାଲି ସଂଧ୍ୟାରେ ପୁଲିସ ସୂଚନା ପାଇଁ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା । ଏହି ସମୟରେ ପଥର ମାଫିଆ ପୁଲିସକୁ ଆକ୍ରମଣ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି । ଖଣି ନିକଟରୁ ଦୁଇଟି ମୋଟର ସାଇକଲ, ଗୋଟିଏ ଜେସେବି (ଓଡି୩୩ଏଇ୬୪୫୧)କୁ ଜବତ କରାଯାଇଛି । ଏନେଇ ଆଇପିସି ଦଫା ୩୪୧, ୩୭୨, ୫୧୧, ୩୫୩, ୩୩୨, ୨୯୪, ୩୩୬, ୩୦୭, ୫୦୬, ୩୪ ଓ ଓଏମ୍ଏମ୍ସି ରୁଲ୍ ୫୧ରେ ୭୨/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ବ୍ରଜମୋହନପୁରର ସର୍ବେଶ୍ୱର ସାମନ୍ତରାୟ (୨୫) ଓ ଗୋପିନାଥପୁରର ଅଶୋକ କୁମାର ନାୟକ (୨୪)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର