ସିଂହଦ୍ବାରରେ ରଙ୍ଗର ଝୋଟି

ପାର୍କିଂ ଦର ଓ ଜୋତା ଷ୍ଟାଣ୍ଡ ଦର ନିର୍ଦ୍ଧାରଣ, ଦୁଇଚକିଆ ପାଇଁ ୧୦, ଚାରିଚକିଆ ୫୦ ଟଙ୍କା

ପୁରୀ : ଭକ୍ତଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ବି ସିଂହଦ୍ବାରରେ ଝୋଟି ପଡ଼ିଛି। ପିଚୁ ଉପରେ ନାଲି ରଙ୍ଗ ବୋଳି ଏହା ଉପରେ ଧଳାର ଫୁଲ ଅଙ୍ଗାଯାଉଛି। ଆଜି ରାତି ସୁଦ୍ଧା ସିଂହଦ୍ବାର ସେଡ୍‌ଠାରୁ ମେଘନାଦ ପାଚେରି ପାଖକୁ ଏହି ରଙ୍ଗ କାର୍ଯ୍ୟ ଜାରି ରହିଛି। ଯାହା ସିଂହଦ୍ବାରର ସୌନ୍ଦର୍ଯ୍ୟକୁ ଆହୁରି ସୁନ୍ଦର କରିଦେଇଛି।

ଦୁଇଚକିଆ ପାଇଁ ୧୦, ଚାରିଚକିଆ ୫୦ ଟଙ୍କା

ପୁରୀ : ରଥଯାତ୍ରାରେ ଭକ୍ତମାନେ ଯେପରି ଠକାମିର ଶିକାର ନହୁଅନ୍ତି ସେନେଇ ପାର୍କିଂ ଦର ଓ ଜୋତା ଷ୍ଟାଣ୍ଡ ଦର ନିର୍ଦ୍ଧ‌ାରଣ କରାଯାଇଛି। ପୁରୀ ପୌରପାଳିକା ପକ୍ଷରୁ ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ନିମନ୍ତେ ଦର ସ୍ଥିର କରାଯାଇଛି। ଏଥର ମୁକ୍ତାକାଶ ରଙ୍ଗମଞ୍ଚ, ପୁଲିସ ହଲିଡେ ହୋମ୍‌ ଓ ବସଷ୍ଟାଣ୍ଡ ପ୍ରବେଶ ପଥ ନିକଟରେ ଥିବା ଜୋତା ଷ୍ଟାଣ୍ଡରେ ଭକ୍ତମାନେ ଜୋତା ହଳ ପ୍ରତି ୫ ଟଙ୍କା ଦେଇ ରଖିପାରିବେ। ଏହାବ୍ୟତୀତ ବ୍ୟାଗ୍‌ ଓ ମୋବାଇଲ ରଖିବା ପାଇଁ ୧୦ ଟଙ୍କା ଦେବେ। ମଶାଣିଚଣ୍ଡୀ ଛକରେ ହୋଇଥିବା ଦୁଇଚକିଆ ଯାନ ରଖିବାକୁ ୧୦ ଟଙ୍କା ଲେଖାଏଁ ଦେବେ। ଚାରି ଚକିଆ ଯାନ ଫ୍ଲୋରିସ ଇଣ୍ଡିଆ, ଇନ୍‌ଡୋର ଷ୍ଟାଡିୟମ୍‌ ନିକଟ ଏବଂ ବଳିଆପଣ୍ଡା ପଛ ପାର୍ଶ୍ବ ନାଲି ପଡ଼ିଆରେ ବ୍ୟବସ୍ଥା ହୋଇଥିବା ବେଳେ ସେଠାରୁ ଗାଡ଼ି ପିଚ୍ଛା ୫୦ ଟଙ୍କା ଆଦାୟ ହେବ।

ସମ୍ବନ୍ଧିତ ଖବର