ଜାତୀୟ କନିଷ୍ଠ ବାଳକ ହକି: ଦିଲ୍ଲୀର ଏକତରଫା ବିଜୟ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଗୁରୁବାର ଦିଲ୍ଲୀ, ଝାଡ଼ଖଣ୍ଡ, ତାମିଲନାଡୁ, ପଞ୍ଜାବ, ବିହାର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ୨୬-୧ ଗୋଲ୍‌ରେ ମିଜୋରାମ୍‌କୁ ହରାଇଛି। ଦିଲ୍ଲୀ ପକ୍ଷରୁ ନୀତେଶ ସର୍ବାଧିକ ୭ଟି ଗୋଲ୍‌ (୧୨, ୨୬, ୩୦, ୩୯, ୫୩, ୫୪, ୫୭ ମିନିଟ୍‌) ଦେଇଥିବାବେଳେ ଅମନ ଶର୍ମା ୬ (୨୯, ୪୮, ୫୧, ୫୨, ୫୬, ୫୯ ମିନିଟ୍‌), ଯୋଗେମ୍ବର ରାୱତ ୪ (୨୩, ୩୪, ୩୭, ୫୭ ମିନିଟ୍‌), ପଙ୍କଜ ୪ (୭, ୨୪, ୪୧, ୫୫ ମିନିଟ୍‌), ବିକାଶ ଉପାଧ୍ୟାୟ ୩ (୧୮, ୨୫, ୩୭ ମିନିଟ୍‌) ଏବଂ ଅଧିନାୟକ ନବୀନ ବିଧୁରୀ (୩୫ ମିନିଟ୍‌) ଓ ନୀତିନ (୧୭ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ମିଜୋରାମର ଲାଲ୍ରାମ୍‌ଲୁଆ (୫୯ ମିନିଟ୍‌) ମାତ୍ର ଗୋଟିଏ ଗୋଲ୍‌ ସୁଝିବାରେ ସକ୍ଷମ ହୋଇଥିଲେ। ସେହିଭଳି ଝାଡ଼ଖଣ୍ଡ ୧୧-୦ ଗୋଲ୍‌ରେ ପୁଡ଼ୁଚେରୀକୁ, ତାମିଲନାଡ଼ୁ ୯-୦ ଗୋଲରେ ଗୋଆକୁ, ପଞ୍ଜାବ ୧୬-୦ ଗୋଲ୍‌ରେ ଆସାମକୁ ଓ ବିହାର ୪-୧ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର