ଛାତରୁ ପଡ଼ିଯାଇ ଜିନ୍ଦଲ ଅଧିକାରୀଙ୍କ ମୃତ୍ୟୁ

ବ୍ୟାସନଗର/ଦାନଗଦୀ: ବ୍ୟାସନଗର ପୌରାଞ୍ଚଳର ଗୋପବନ୍ଧୁ ଛକ ନିକଟ ଭଡ଼ାଘରେ ରହୁଥିବା ଜିନ୍ଦଲ ଷ୍ଟେନଲେସର ଜନୈକ ଅଧିକାରୀ ଛାତରୁ ଗଳିପଡ଼ି ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଭଦ୍ରକ ଟାଉନ ଥାନା ଅପର୍ତିବିନ୍ଧା ଗ୍ରାମର ଦେବାଶିଷ ମହାନ୍ତି (୪୦)।

ସେ ଜିନ୍ଦଲ ଷ୍ଟେନଲେସ ଫେରୋ ଆଲଏଜ ବିଭାଗର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ରାତିରେ ସେ ଭଡ଼ାଘର ଛାତ ଉପରେ ଫୋନରେ କଥା ହେଉଥିବାବେଳେ ତଳକୁ ଗଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ଯାଜପୁର ରୋଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁରରୋଡ୍‌ ପୁଲିସ ଆଜି ସକାଳେ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଡାକ୍ତରଖାନାକୁ ପଠାଇଥିଲା। ଏହାକୁ ନେଇ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର