ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି, ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ତାରିଖ ଚୁଡ଼ାନ୍ତ ହୋଇପାରେ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ବୈଠକ ଜାରି ରହିଥିବା ଜଣାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜ୍ରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବୈଠକରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ତାରିଖ ଚୁଡ଼ାନ୍ତ ହୋଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ମାସ ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ମାର୍ଚ୍ଚ ୧୮ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। କିନ୍ତୁ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା।

ଏବର୍ଷ ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଏହି ଛାତ୍ର ଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ଏବେ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର