ସାଂସଦଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା : ୨୯ରେ ପରବର୍ତ୍ତୀ ଶୁଣାଣି

କଟକ : ବାଲେଶ୍ବରର ବିଜେଡି ସା˚ସଦ ରବୀନ୍ଦ୍ର କୁମାର ଜେନାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ହାଇକୋର୍ଟ ବିଚାରପତି ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୨୯ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପୂର୍ବରୁ ଶ୍ରୀ ଜେନାଙ୍କୁ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି।

ସିସୋର୍‌ ଚିଟ୍‌ଫଣ୍ଡ ମାମଲାରେ ୨୦୧୭, ଜାନୁଆରି ୧୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ପାଇଁ ସାଂସଦ ଶ୍ରୀ ଜେନାଙ୍କୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେହିଦିନ ସକାଳୁ ସିବିଆଇ ଟିମ୍‌ ଶ୍ରୀ ଜେନାଙ୍କ ବାଲେଶ୍ବର ମାନସି˚ହ ବଜାର ଘର, ଓଟି ରୋଡରେ ଥିବା ଘର, କାର୍ଯ୍ୟାଳୟ ଓ ତାଙ୍କ ତିନି ଘନିଷ୍ଠ ସହଯୋଗୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢଉ କରିଥିଲା। ସିସୋର ସହିତ ହୋଇଥିବା ୧୮ କୋଟି ଟଙ୍କାର କାରବାର ସ˚ପର୍କରେ ସେ ସନ୍ତୋଷଜନକ ଉତ୍ତର ସିବିଆଇକୁ ଦେଇ ପାରିନାହାନ୍ତି ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ସିସୋର ସହିତ ହୋଇଥିବା କାରବାର ସ˚ପର୍କରେ ପୂର୍ବରୁ ସେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ସ˚ପୂର୍ଣ୍ଣ ଭାବେ ତଦନ୍ତରେ ସହଯୋଗ କରିଥିଲେ। କିନ୍ତୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇ ପାରେ ଦର୍ଶାଇ ସାଂସଦ ଶ୍ରୀ ଜେନା ଆଗୁଆ ଜାମିନ ଲୋଡିଥିବା ଜଣାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜତ ରଥ ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ପ୍ରଣୟ କୁମାର ଦାଶ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର