କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ, ବିଜେବି କଲେଜରେ ପୋଷ୍ଟର ଲଗାଇଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ଅଣଛାତ୍ରଙ୍କ ପ୍ରବେଶ ଓ ଆକ୍ରମଣ ନେଇ କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇଛନ୍ତି। ଏନେଇ କର୍ତ୍ତୃପକ୍ଷ ବିଜେବି କଲେଜରେ ପୋଷ୍ଟର ଲଗାଇଛନ୍ତି। ଗତକାଲି ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁଲିସ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼ରେ ବଡଗଡ଼ ପୁଲିସ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଘଟଣାରେ ୮ ଜଣ ଅଣଛାତ୍ର ଗିରଫ ହୋଇଥିଲେ। ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘରକୁ ପୁଲିସ ଭାଙ୍ଗିଥଲା।

ସମ୍ବନ୍ଧିତ ଖବର