ପିକ୍‌ଅପ୍‌ ଧକ୍କାରେ ଯୁବକ ମୃତ

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ସ୍ଥିତ ଗୋଦାବରୀ ଢାବା ନିକଟରେ ଗୁରୁବାର ସକାଳେ ପିକଅପ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ନିକଟସ୍ଥ ଟିକିରା ଗ୍ରାମର ରାବଣ ନାଏକ ଓରଫ୍ ପୁଲିସ ବୋଲି ଜଣାପଡିଛି। ସେ ରାସ୍ତା ପାରି ହେଉଥିବା ସମୟରେ ଏକ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ରୋଗୀ ଯାନ ଯୋଗେ ରାବଣଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର