ଭଙ୍ଗା ସୁରକ୍ଷାବାଡ଼ରେ ରଙ୍ଗ ବୋଳିଦେଲେ

କବାଟବନ୍ଧ : ବ୍ରାହ୍ମଣୀ ସେତୁ ମରାମତିକୁ ୨୭ ଦିନ ପୂରିଛି। ପ୍ରଶାସନର ଘୋଷଣା ଅନୁସାରେ ୩ ଦିନ ପରେ ଏହା ଆସନ୍ତା ୨୧ ତାରିଖରୁ ଖୋଲିବ। ମାତ୍ର ଏବେ ଠିକାସଂସ୍ଥାର ମରାମତି କାମ ଓ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥରେ ଥିବା କବାଟବନ୍ଧ ନିକଟସ୍ଥ ଏହି ବ୍ୟସ୍ତବହୁଳ ସେତୁର ପାର୍ଶ୍ବ ବାଡ଼ ଖଣ୍ଡିଆ ପଡ଼ିଛି। ଭଙ୍ଗାତୁଟା ବାଡ଼ ଉପରେ ରଙ୍ଗ ଲେପିଦିଆଯାଇଛି।

ଠିକାସଂସ୍ଥା ଏମ୍ଏସ୍‌ଆଇଏଲ୍‌ର ଏଭଳି କାମକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂପୂର୍ଣ୍ଣ ମରାମତି ନକରି କିଭଳି ରଙ୍ଗ ଦିଆଯାଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ନିର୍ଦିଷ୍ଟ ସମୟସୀମା ମଧ୍ୟରେ ମରାମତି କାର୍ଯ୍ୟ ସରିବା ନେଇ ମଧ୍ୟ ଲୋକଙ୍କ ମଧଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଏନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଯାଜପୁର ଜିଲ୍ଲାପାଳ, ଏସ୍‌ପି ତଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏ ସଂପର୍କରେ ଠିକାସଂସ୍ଥାର ଉପ ପ୍ରକଳ୍ପ ପରିଚାଳକ ଅମରଦୀପ ଜେନାଙ୍କ ସହ ଯୋଗଯୋଗ କରିବାରୁ ଶ୍ରମିକମାନେ ଭୁଲ ବଶତଃ ମରାମତି ହୋଇନଥିବା ପାଚେରିରେ ରଙ୍ଗ କରିଦେଇଛନ୍ତି, ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ମରାମତି ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର