ବିଧାନସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ: ରାଜ୍ୟରେ ଶିଶୁଟିଏ ଜନ୍ମ ହେବା କ୍ଷଣି ମୁଣ୍ଡ ଉପରେ ୧୮ ହଜାର ଋଣ

ଭୁବନେଶ୍ବର: ରାଜ୍ୟରେ  ଶିଶୁଟିଏ ଜନ୍ମ ହେଉ ହେଉ ତାର ମୁଣ୍ଡ ଉପରେ ୧୮ ହଜାର ଟଙ୍କାର ଋଣଭାର ରହୁଛି  । କାରଣ ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮,୪୯୭ ଟଙ୍କାରେ ପହଞ୍ଚିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଯେହେତୁ ରାଜ୍ୟର ମୁଣ୍ଡପିଛା ଋଣଭାର ଇତିମଧ୍ୟରେ ୧୮ ହଜାର ଟଙ୍କା ଟପିଥିବାରୁ ଓଡ଼ିଶାରେ ଜଣେ ନବଜାତ ଭୂମିଷ୍ଠ ହେଉ ହେଉ  ତା’ ମୁଣ୍ଡ ଉପରେ  ୧୮,୪୯୭ ଟଙ୍କା ରହୁଛି।

ଏହାବାଦ୍ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ହେଉଛି ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

ସମ୍ବନ୍ଧିତ ଖବର