ଯୁକ୍ତ୩ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩(ସ୍ନାତକ) କଲେଜ‌ରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖ ମଧ୍ୟରେ ମନୋନୀତ କଲେଜରେ ନାମ ଲେଖାଇପାରିବେ। ୨୦ ତାରିଖ ଅପରାହ୍‌ଣ ୨ଟାରେ ସାମସ୍‌ ୱେବସାଇଟ୍‌ର ଇ-ସ୍ପେସ୍‌ରେ ଖାଲିଥିବା ସିଟ୍‌ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯିବ।

ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ) ସେପ୍ଟେମ୍ବର ୨୧ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୨୮ ତାରିଖରେ ସ୍ପଷ୍ଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଷୟର କଟ୍‌ ଅଫ୍‌ ମାର୍କ ପୁଣିଥରେ ଆଗରେ ରହିଛି। କଳା ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଏବଂ ବିଜ୍ଞାନ ଓ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବିର କଟ୍‌ ଅଫ୍‌ ମାର୍କ ଶୀର୍ଷରେ ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର