ଜୟପୁର : ସରକାରୀ କଲେଜରେ ଯୁକ୍ତ ଦୁଇ ପରୀକ୍ଷାଫଳ ନୈରାଶ୍ୟଜନକ

ବିକ୍ରମଦେବ ଜୁନିୟର କଲେଜରେ ୧୭୫ ଓ ମହିଳା ସରକାରୀ ମହାବିଦ୍ୟାଳୟରେ ୨୧ ପାସ

ଜୟପୁର : କରୋନା ହେତୁ ଯୁକ୍ତଦୁଇରେ ଗୋଟିଏ ପରୀକ୍ଷା ହୋଇପାରି ନ ଥିବାବେଳେ ଆଜି ପ୍ରକାଶ ପାଇଛି ଯୁକ୍ତଦୁଇ ବିଜ୍ଞାନର ଫଳ। ବିକ୍ରମଦେବ ଜୁନିୟର କଲେଜ ଚଳିତ ବର୍ଷ ପରୀକ୍ଷା ଫଳରେ ୫୮ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ୩୦୮ ପରୀକ୍ଷାର୍ଥୀରୁ ୧୭୫ ଜଣ ପାସ କରିଥିବାବେଳେ ମହାବିଦ୍ୟାଳୟର ଟପ୍ପର ହୋଇଛନ୍ତି କରଡା ଶର୍ମିଳା (୬୦୦/୫୩୦), ତାଙ୍କ ପଛକୁ ନମ୍ରତା ଦାଶ (୬୦୦/୫୨୯) ଓ ଅଛ୍ୟୁତାନନ୍ଦ ସାହୁ (୬୦୦/୫୨୯) ମାର୍କ ରଖିଛନ୍ତି। ମହାବିଦ୍ୟାଳୟରେ ୬୦ଜଣ ପ୍ରଥମ ଶ୍ରେଣୀ, ୬୦ ଜଣ ଦ୍ବିତୀୟ ଶ୍ରେଣୀ, ୫୫ ଜଣ ତୃତୀୟ ଶ୍ରେଣୀ, ୧୩୨ ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ କପି କରି ଧରା ପଡିଛନ୍ତି ୭ଜଣ ପରୀକ୍ଷାର୍ଥୀ। ବିକ୍ରମଦେବ ମହାବିଦ୍ୟାଳୟର୧୪ଜଣ ଛାତ୍ରଛାତ୍ରୀ ୬୦୦ରୁ ଶୂନ ରଖିଥିବାବେଳେ ୮୪ଜଣ ଛାତ୍ରଛାତ୍ରୀ ୨୦୦ କମ୍ ମାର୍କ ଆଣିଛନ୍ତି। ତେବେ ସିଟ ସଂଖ୍ୟା ବୃଦ୍ଧି ପାଇବା, କଟଅଫ ବୃଦ୍ଧି ଯୋଗୁଁ ବହୁ ଅଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ଫଳରେ ବିଜ୍ଞାନରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଖରାପ କରୁଥିବା ଅଧ୍ୟକ୍ଷ ଡ. ଗୋପାଳ ହଲଧାର କହିଛନ୍ତି।

ଅନ୍ୟପକ୍ଷରେ ମହିଳା ସରକାରୀ ମହାବିଦ୍ୟାଳୟ କଥା ନ କହିଲେ ଭଲ। ମହାବିଦ୍ୟାଳୟ ଚଳିତ ବର୍ଷ ୧୨୫ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ମାତ୍ର ୨୧ଜଣ ଛାତ୍ରଛାତ୍ରୀ। ମହାବିଦ୍ୟାଳୟରୁ କୌଣସି ଛାତ୍ରୀ ପ୍ରଥମ ହୋଇ ନ ଥିବାବେଳେ ୭ଜଣ ଦ୍ବିତୀୟ ଶ୍ରେଣୀରେ ଓ ୧୪ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ତେବେ ଦୀର୍ଘ ବର୍ଷ ହେଲା ଏହି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ନ ଥିବାବେଳେ ଗେଷ୍ଟ ଫାକଲ୍ଟିରେ ଚାଲିଥିଲା ଶିକ୍ଷାଦାନ। ମହାବିଦ୍ୟାଳୟର କିଛି ବିଷୟକୁ ଛାଡିଦେଲେ ପ୍ରାୟ ବିଷୟରେ ଗେଷ୍ଟ ଫାକଲ୍ଟି ହିଁ ଶିକ୍ଷାଦାନ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର