ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌କୁ ପଦୋନ୍ନତି

ଭୁବନେଶ୍ବର: ବରିଷ୍ଠ ଓଏଏସ୍‌ ଅଧିକାରୀ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କ ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ପାଣିଗ୍ରାହୀଙ୍କୁ ୨୦୨୦ ଚୟନ ତାଲିକା ନିମନ୍ତେ ପିଛିଲା ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ରେ ଅବସ୍ଥାପିତ କରାଯାଇଛି। ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀ ଚକବନ୍ଦୀ ଓ ବନ୍ଦୋବସ୍ତ କମିସନର୍‌ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର