କୋଇଲା ଖଣି ନିଲାମକୁ ବିରୋଧ, ଓଡ଼ିଶାର ୯ଟି କୋଇଲା ଖଣି ରହିଛି

୫୦ ହଜାର ପରିବାର ବିସ୍ଥାପିତ ହେବେ, ସବୁ ନିୟମକୁ ଉଲ୍ଲଂଘନ କରାଯାଉଛି

ଭୁବନେଶ୍ବର: ଲକ୍‌ଡାଉନ ସମୟରେ କୌଣସି ଆଲୋଚନା, ପରାମର୍ଶ କିମ୍ବା ପ୍ରତିବାଦ କରିବାର ସୁଯୋଗ ନଥିବା ବେଳେ କେନ୍ଦ୍ର ସରକାର ୪୧ଟି କୋଇଲା ଖଣିକୁ ଅଗଣତାନ୍ତ୍ରିକ ଉପାୟରେ ନିଲାମ କରିବା ଲାଗି ଯୋଜନା କରିଛନ୍ତି ବୋଲି ଆଜି ଲୋକଶକ୍ତି ଅଭିଯାନ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି। ସଂସ୍ଥା ପକ୍ଷରୁ ସଭାପତି ପ୍ରଫୁଲ୍ଲ ସାମନ୍ତରା ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରି ପ୍ରାକୃତିକ ସଂପଦକୁ ଦେଶୀ-ବିଦେଶୀ କଂପାନି ମାଧ୍ୟମରେ ଲୁଟ୍ କରିବା ଲାଗି ରାସ୍ତା ଖୋଲିଛନ୍ତି। ଏହାଦ୍ବାରା ଦେଶରେ ୧୦ଲକ୍ଷ ବ୍ୟକ୍ତି ଜୀବିକା ହରାଇବେ ଓ ଓଡ଼ିଶାରେ ଅତିକମରେ ୫୦ ହଜାର ପରିବାର ବିସ୍ଥାପିତ ହେବେ। ଭର୍ଚୁଆଲ ନିଲାମ ମାଧ୍ୟମରେ ଏସବୁକୁ ଦିିଆଯିବ ଓ ପ୍ରଧାନମନ୍ତ୍ରୀଙ୍କ ଅନୁଗ୍ରହରେ ଥିବା ଆଦାନି କଂପାନି ଖଣି ପାଇବା ସମ୍ଭାବନା ଅଧିକ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି, ଏସବୁ କୋଇଲା ଖଣି ମଧ୍ୟରୁ ଅଧିକାଂଶ ସବୁଜ ବନାନୀ ମଧ୍ୟରେ ରହିଛି। ଓଡ଼ିଶାରେ ଛେଣ୍ଡିପଦା ଅଞ୍ଚଳରେ ଥିବା ୩ଟିରୁ ଦୁଇଟି ଉର୍ବର କୃଷି ଜମି ତଳେ ରହିଛି। ଏହାଦ୍ବାରା ପ୍ରାଚୀନ ଜଙ୍ଗଲ ଧ୍ବଂସ େହବ ଓ ଆଦିବାସୀ ଏବଂ ବନ୍ୟପ୍ରାଣୀଙ୍କ ପାଇଁ ଘାତକ ସାଜିପାରେ। ୪୭ ବର୍ଷର କୋଲ୍ ଇଣ୍ଡିଆ ଲିମିଟେଡ ଅଧୀନସ୍ଥ ରାଷ୍ଟ୍ରର ଅତି ସମ୍ବେଦନଶୀଳ ଏହି ପ୍ରାକୃତିକ ସଂପଦ ଏଭଳି ହସ୍ତାନ୍ତର ଉଦ୍ୟମ କରାଯିବା ଏକ ଚିନ୍ତାଜନକ ନିଷ୍ପତ୍ତି ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଂଘନ କରୁଛି। ସମ୍ବିଧାନର ୫ମ ଅନୁଚ୍ଛେଦରେ ଦିଆଯାଇଥିବା ଆଦିବାସୀ ସମାଜ ସାମ୍ବିଧାନିକ ଅଧିକାରକୁ ଏହା ବି ବିରୋଧାଚରଣ କରୁଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ, ୧୯୯୬ େପସା ଆଇନ, ପରିବେଶ ସୁରକ୍ଷା ଆଇନ ୧୯୮୬ ଓ ୨୦୦୬ର ପରିବେଶ ପ୍ରଭାବ ଆକଳନ ଅଧିସୂଚନା ଏବଂ ୨୦୧୩ର ଭୂ ଅଧିଗ୍ରହଣ ଆଇନରେ ଥିବା ବିଭିନ୍ନ ପ୍ରାବଧାନର ଅବମାନନା କରୁଛି ବୋଲି ସାମ୍ବାଦିକସମ୍ମିଳନୀରେ ଅଭିଯୋଗ କରାଯାଇଛି।

ଶ୍ରୀ ସାମନ୍ତରାୟ କହିଥିଲେ, ଓଡ଼ିଶାର ୯ଟି ମଧ୍ୟରୁ ୮ଟି ଅନୁଗୁଳ ଜିଲ୍ଲାର ଓ ଗୋଟିଏ ଝାରସୁଗୁଡା ଜିଲ୍ଲାର ୩୩ ହଜାର ହେକ୍ଟର ଜମିରେ କୋଇଲା ଖଣି ରହିଛି। ଏଥିରେ ଥିବା ଚାଷ ଜମି ଓ ଜଙ୍ଗଲ ଉପରେ ହଜାର ହଜାର ପରିବାର ନିର୍ଭର କରୁଛନ୍ତି। ବହୁ ଜନବସତି, ଜଳାଶୟ ଆଦି ରହିଛି। ଏମିତିରେ ବି ତାଳଚେର ଏବେ ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ। ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ ଓ ଏଠାରେ ଜଳର ପରିମାଣ ହ୍ରାସ ପାଉଛି। ଥରେ ଖଣି ଖନନ ଆରମ୍ଭ ହୋଇଗଲେ, ସ୍ଥିତି ଅସମ୍ଭାଳ ହୋଇପଡିବ। ୩୦ ଏକରରୁ ଅଧିକ ପରିମାଣର ଜଙ୍ଗଲ ଜମି ନଷ୍ଟ ହେବ।
ଲୋକଶକ୍ତି ଅଭିଯାଗ ଅଭିଯୋଗ କରିଛି ଯେ ଦେଶରେ ନୂଆ ଥର୍ମାଲ ପ୍ଲାଣ୍ଟର ଆବଶ୍ୟକତା ନାହିଁ। କାରଣ ଥର୍ମାଲ, ଜଳ ବିଦ୍ୟୁତ, ସୌର ଓ ଅକ୍ଷୟ ଶକ୍ତି ଉତ୍ପାଦନ ଶକ୍ତି ୪ଲକ୍ଷ ମେଗାଵାଟ ପର୍ଯ୍ୟନ୍ତ ରହିଛି। ଏଥିରୁ ୭୦ ପ୍ରତିଶତ କୋଇଲା ଭିତ୍ତିକ। ୨୦୧୫ ପ୍ୟାରିସ୍ ଜଳବାୟୁ ଚୁକ୍ତି ଅନୁଯାୟୀ ୨୦୩୦ ସୁଦ୍ଧା ଜୀବାଶ୍ମ ଜାଳେଣି ହ୍ରାସ କରିବାକୁ ହେବ। ଏହା ବଦଳରେ ସବୁଜ ଶକ୍ତି ଉପରେ ଗୁରୁତ୍ବ ଦିଆଯିବ। ଓଡ଼ିଶାରେ ମଧ୍ୟ ନୂଆ ଥର୍ମାଲ ପ୍ଲାଣ୍ଟର ଆବଶ୍ୟକତା ନାହିଁ। ତଳବିରା ଭଳି ଜଙ୍ଗଲ ଧ୍ବଂସ କରି ମହାନଦୀକୁ ପ୍ରଦୂଷିତ କରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି କର୍ପୋରେଟ୍ ଲୁଟ୍୍ କୁ ସରକାରୀ ପ୍ରୋତ୍ସାହନକୁ ବିରୋଧ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରବି ଦାସ କୋଇଲାର ଘରୋଇ କରଣ ଓ ୯ଟି ଖଣି ନିଲାମକୁ ବିରୋଧ କରି ଏହାର ପ୍ରତ୍ୟାହାର ଦାବି କରିଥିଲେ।

ସମ୍ବନ୍ଧିତ ଖବର