ରାଷ୍ଟ୍ରୀୟ ମଜଦୁର କ˚ଗ୍ରେସର ୨୬ତମ ରାଜ୍ୟ ସମ୍ମିଳନୀ : କଂଗ୍ରେସ ସରକାରକୁ ଆସିଲେ ସର୍ବନିମ୍ନ ରୋଜଗାର

ରାମଚନ୍ଦ୍ର ଖୁଣ୍ଟିଆ ହେଲେ ରାଷ୍ଟ୍ରୀୟ ମଜଦୁର କ˚ଗ୍ରେସର ରାଜ୍ୟ ସଭାପତି

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ, ଶ୍ରମିକ ଓ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରି ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ। ପ୍ରତି ପରିବାରକୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି, ବେରୋଜଗାର ଯୁବକଙ୍କୁ ବେକାରି ଭତ୍ତା ଦିଆଯିବ। କ˚ଗ୍ରେସ ସବୁବେଳେ ଦେଶରେ ଶ୍ରମିକ ଓ ଯୁବକଙ୍କ ସ୍ବାର୍ଥରକ୍ଷା ଦିଗରେ କାମ କରି ଆସୁଛି। କିନ୍ତୁ କେନ୍ଦ୍ର‌‌‌ ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ ଯୁବବିରୋଧୀ ନୀତି ଯୋଗୁଁ ସେମାନେ ଅବହେଳିତ ଅବସ୍ଥା ଦେଇ ଗତି କରୁଛନ୍ତି। ଆଜି ରାଷ୍ଟ୍ରୀୟ ମଜଦୁର କ˚ଗ୍ରେସର ୨୬ତମ ରାଜ୍ୟ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି ଉଦ୍‌ବୋଧନ ଦେଇ ମୋଦୀ ଓ ନବୀନ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ବିରୋଧୀ ଦଳ ନେତା ନରସି˚ହ ମିଶ୍ର ଯୋଗଦେଇ କହିଲେ ଯେ ଶ୍ରମିକମାନଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି। ସେମାନଙ୍କ ବିକାଶ ପାଇଁ ସରକାର ଆଜି ପର୍ଯନ୍ତ ଚିନ୍ତା କରିନାହାନ୍ତି। କିନ୍ତୁ ଏବେ ସରକାରଙ୍କୁ ଦୃଢ଼ ଜବାବ ଦେବାର ସମୟ ଆସିଛି। ଏଥିପାଇଁ ଶ୍ରମିକ ସ˚ଗଠନ ଜାଗ୍ରତ ରହିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ରାଷ୍ଟ୍ରୀୟ ମଜଦୁର କ˚ଗ୍ରେସର ରାଜ୍ୟ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ସେ ୧୧ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସ˚ଗଠନର ଅନ୍ୟାନ୍ୟ କର୍ମକର୍ତା, ଜିଲ୍ଲା କମିଟି, ବ୍ଲକ କମିଟି ଗଠନ କରଯିବା ପାଇଁ ଶ୍ରୀ ଖୁଣ୍ଟିଆଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ସଂଗଠନର ଓଡ଼ିଶା ଶାଖା ସାଧାରଣ ସ˚ପାଦକ କିଶୋର ଜେନା ସ୍ବାଗତ ଭାଷଣ ଦେଇଥିଲା ବେଳେ ସାଧାରଣ ସ˚ପାଦକ ପ୍ରଶାନ୍ତି ବେହେରା ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଧରଣୀ ସ୍ବାଇଁ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ମଦନ ମୋହନ ଧଳ ୩୦ଦଫା ସ˚କଳ୍ପ ପ୍ରସ୍ତାବ ଆଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସିଟୁର ସ˚ପାଦକ ବିଷ୍ଣୁ ମହାନ୍ତି, ଏଆଇଟିୟୁସି ସ˚ପାଦକ ସୌରୀବନ୍ଧୁ କର, ମହେନ୍ଦ୍ର ପରିଡ଼ା, ସୌଭାଗ୍ୟ ପ୍ରଧାନ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ଧରଣୀଧର ସ୍ବାଇଁ, ଅକ୍ଷୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର