ବିଳମ୍ବରେ ବିଦ୍ୟାଳୟକୁ ଆସିବାରୁ ୬ ଶିକ୍ଷକଙ୍କ ଦରମା ବନ୍ଦ

କେନ୍ଦୁଝର:  ବିଳମ୍ବରେ ବିଦ୍ୟାଳୟକୁ ଆସୁଥିଲେ। ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହାବୁ‌ଡ଼ରେ ପଡ଼ିଗଲେ। ଫଳରେ ସମ୍ପୃକ୍ତ ୬ଜଣ ଶିକ୍ଷକଙ୍କ ଦରମା ବନ୍ଦ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଗତ ଶନିବାର ଆନନ୍ଦପୁର ବ୍ଲକ୍‌ ଧକୋଠା ସରକାରୀ ହାଇସ୍କୁଲ୍‌ ଏବଂ କୋଳିମାଟିସ୍ଥିତ ସ୍ୱପ୍ନେଶ୍ୱର ଆଦିବାସୀ ହାଇସ୍କୁଲ୍‌ ପରିଦର୍ଶନରେ ଯାଇଥିଲେ।

ସ୍କୁଲ୍‌ ସମୟ ସାଢ଼େ ୬ଟା ହୋଇଥିଲେ ହେଁ ଏହି ସମୟରେ ଶିକ୍ଷୟିତ୍ରୀ ନିବେଦିତା ସାହୁ, ସୁଜାତା ଦଳେଇ ଏବଂ ସ୍ୱପ୍ନେଶ୍ୱର ଆଦିବାସୀ ହାଇସ୍କୁଲ୍‌ର ଶିକ୍ଷକ ତପନ କୁମାର ଚକ୍ର, ବିନୟ ଭୂଷଣ ମିଶ୍ର, ନିରଞ୍ଜନ ମିଶ୍ର, ଯୁଗଳ କିଶୋର ବାରିକ ସ୍କୁଲ୍‌ରେ ଅନୁପସ୍ଥିତ ଥିଲେ। ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର