କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ପାଇଁ ଗଠିତ ‘ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ଏକ ସ୍ୱତନ୍ତ୍ର ବୈଠକ ଆଜି ସାରଳା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର୍‌ ବୈଷ୍ଣବ ଚରଣ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଆସନ୍ତା ଏପ୍ରିଲ ୨୧ ତାରିଖରେ ଜନନେତା ଜାନକୀବଲ୍ଲଭଙ୍କ ଅଷ୍ଟମ ବାର୍ଷିକ ଶ୍ରାଦ୍ଧସଭା ପାଳନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

Advertisment

ଅତିଥି ଚୟନ ପାଇଁ ବିଭିନ୍ନ ଦିଗରୁ ଚର୍ଚ୍ଚା ହୋଇଥିଲା ଏବଂ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ-୨୦୨୩ ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏ କୃତବିଦ୍ୟ ବ୍ୟକ୍ତିଙ୍କ ନାମ ଚୟନ ନିମନ୍ତେ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ବୈଠକରେ ଅନୁଷ୍ଠାନର ଉପ-ସଭାପତି ଇଂ. ପ୍ରଭାକର ସ୍ୱାଇଁ, ଡକ୍ଟର୍‌ ପାବକ କାନୁନ୍‌ଗୋ, ଡକ୍ଟ୍‌ର ହେମେନ୍ଦ୍ର ନାରାୟଣ ଦାସ, ସାବିତ୍ରୀ ଚୌଧୁରୀ, ଡକ୍ଟର୍‌ ନଟବର ଶତପଥୀ, ଡକ୍ଟର୍‌ ବାବାଜି ଚରଣ ପଟ୍ଟନାୟକ, ପ୍ରଫେସର୍‌ ସଂଜୟ ସାମନ୍ତରାୟ, ପ୍ରଫେସର୍‌ ଡାକ୍ତର ସୁଦର୍ଶନ ପଟ୍ଟନାୟକ, ଆଇନଜୀବୀ ଦେବସ୍ନାନ ଦାସ, ରବୀନ୍ଦ୍ର କର, ରମେଶ ଚନ୍ଦ୍ର ଭୂୟାଁ, ଶଶିକାନ୍ତ ନାୟକ, ବସନ୍ତ ସେଠୀ, ମହେଶ୍ୱର ବେହେରା, ପ୍ରକାଶ ଚନ୍ଦ୍ର ମୁଦୁଲି, ସ୍ୱାଧୀନ ମହାପାତ୍ର, ନାରାୟଣ ଚନ୍ଦ୍ର ଜେନା, ଆଇନଜୀବୀ ବ୍ରଜଭୂଷଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଇନଜୀବୀ ଇଂ. ଆକାଶ ଭୂୟାଁ ଧନ୍ୟବାଦ ଦେଇଥିଲେ।