ଭୁବନେଶ୍ୱର: କରୋନା ଭାଇରସ୍‌ ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ୧୮ ତାରିଖରୁ ଡିଏଲ୍‌ ଟେଷ୍ଟ ହେବାକୁ ଥିବା ବେଳେ ୨୯ ତାରିଖରୁ ଏଲ୍‌ଏଲ୍‌ ଟେଷ୍ଟ ହେବ। ଡିଏଲ୍‌ ଓ ଏଲ୍‌ଏଲ୍‌ ଟେଷ୍ଟ ନେଇ ପରିବହନ କମିସନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।

Advertisment

ପରିବହନ କମିସନର କହିଛନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରି ତଥା କୋଭିଡ-୧୯ ଗାଇଡଲାଇନକୁ ଅନୁସରଣ କରାଯାଇ ଟେଷ୍ଟ ହେବ। ଡିଏଲ୍‌ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ସାନି ସ୍ଲଟ ବୁକିଂ ହେବ। ଡିଏଲ୍‌ ଟେଷ୍ଟ ପାଇଁ ଗୁରୁବାର ସକାଳ ୭ଟାରୁ ସ୍ଲଟ ବୁକିଂ ହେବ। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍‌ ଟେଷ୍ଟ ୧୮ରୁ ଓ ଏଲ୍‌ଏଲ୍‌ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ଟେଷ୍ଟିଂ ସମୟରେ ସାମାଜିକ ଦୂରତ୍ୱ ପାଳନକୁ ଗୁରୁତ୍ୱ ଦିଆଯିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆବେଦନ ସମୟରେ ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।