ରଘୁନାଥ ଜିଉ ମନ୍ଦିରରୁ ଚୋରି

ରାମଚନ୍ଦ୍ରପୁର: ପରିବେଶ ପର୍ଯ୍ୟଟନ  ଭାବେ ଜଣାଶୁଣା  ଘସିପୁରା ବ୍ଲକ ଗଁପୁର କଜଳେଇ ପାହାଡ଼ ଉପରେ ଥିବା  ରଘୁନାଥଜିଉ ମନ୍ଦିରର ତାଲା ଭାଙ୍ଗି  ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ  ମୁଖଶାଳାରେ ଥିବା ଏକ କୁଇଣ୍ଟାଲ୍ ଓଜନର ଲୁହା ଛଡ଼ ସହ  ହୁଣ୍ତି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।

ସକାଳୁ ମନ୍ଦିର ପୂଜକ ରବୀନ୍ଦ୍ର ଦାସ ମନ୍ଦିର ତାଲା ଭଙ୍ଗା ହୋଇ ତଳେ ପଡ଼ିଥିବା ଦେଖି ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ। ପରେ  ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଜକିଶୋର ମହାକୁଡ, ଗଗନବିଭାରୀ ଜେନା, ଗତିକୃଷ୍ଣ ଭୂୟାଁ, ଆଦିକନ୍ଦ ଜେନା, ତରଣୀସେନ ଜେନା  ପହଞ୍ଚି ଚୋରିକୁ ନେଇ  ତନାଘନା କରିବା ପରେ କମିଟି ସମ୍ପାଦକ ସୁଶାନ୍ତ ବିଶ୍ବାଳ ଚୋରି ସମ୍ବନ୍ଧରେ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ସରଜମିନ୍ ତଦନ୍ତ କରି ଘଟଣାର ଅଧିକ ଖୋଳତାଡ ଜାରି ରଖିଛି।

ସମ୍ବନ୍ଧିତ ଖବର