ପରିଚାଳନା ଅଭାବରୁ ଶୋଚନୀୟ ଅବସ୍ଥାରେ ବିଜୁ ବୋଟିଂ କ୍ଲବ, ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ

ବିଜୁ ବୋଟିଂ କ୍ଲବର ପ୍ରସ୍ତାବିତ ସୁଇମିଂଫୁଲ ମତ୍ସ୍ୟ ବିଭାଗର ନିଷ୍ପତ୍ତି ଉପରେ କରୁଛି ନିର୍ଭର

ଜୟପୁର: ବିଜୁ ବୋଟିଂ କ୍ଲବରେ ସୁଇମିଂପୁଲ କରି ଏଠାକାର ପିଲାଙ୍କୁ ପହଁରିବା ତାଲିମ ଦେବା ପ୍ରସ୍ତାବିତ ଯୋଜନା ପୌର ପରିଷଦର ରହିଥିବା ବେଳେ ଜମିଟି ଜିଲ୍ଲା ମତ୍ସ୍ୟ ବିଭାଗ ଅଧିନରେ ରହିଛି। ଏବେ ଏହି ଯୋଜନା ମତ୍ସ୍ୟ ବିଭାଗର ନିଷ୍ପତ୍ତି ଉପରେ ନିର୍ଭର ରହିଥିବା ସୂଚନା ମିଳିଛି।

୨୦୦୫ ମସିହାରେ ସହରବାସୀଙ୍କୁ ମନୋରଂଜନର ଖୋରାକ୍ ଯୋଗାଇବା ପାଇଁ କୋଟିଏ ଟଙ୍କା ବ୍ୟୟ କରି ବିଜୁ ବୋଟିଂ କ୍ଲବ ନିର୍ମାଣ କରାଯାଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। କିଛି ବର୍ଷ ଏହା ଲିଜରେ ଚାଳିବା ପରେ ପରବର୍ତ୍ତୀ ସମୟରେ ଏହାର ଦେଖାରଖା ଓ ଉତ୍ତମ ପରିଚାଳନା ଅଭାବରୁ ଏବେ ଶୋଚନୀୟ ଅବସ୍ଥାରେ ରହିଛି। ଏବେ ମଶା, ମାଛି, ଡେଙ୍ଗୁ ମଶାଙ୍କର ଘର ପାଲଟିବା ସହ ଅଂଚଳବାସୀଙ୍କ ଶୌଚାଳୟ ପାଲଟି  ପରିବେଶକୁ ଖରାପ ସୃଷ୍ଟି କରୁଛି। ଏହାକୁ ପୁଣି ପୁନଃ ଉଦ୍ଧାର କରି ଏଠାରେ ସୁଇମିଂ ପୁଲ ନିର୍ମାଣ କରିବା ଯୋଜନା ପୌରପରିଷଦ ପକ୍ଷରୁ କରାଯାଇଛି। ତେବେ ଏହା କେତେ ଦୁର କାର୍ଯ୍ୟକାରୀ ହେବ ତାହା ସମୟ ହିଁ କହିବ।

ବିଜୁ ବୋଟିଂ କ୍ଲବ ଥିବା ଜମିଟି ଜଗନ୍ନାଥସାଗର ଅଂଚଳ ମଧ୍ୟରେ ରହିଥିବା ବେଳେ ମତ୍ସ୍ୟବିଭାଗ ଅଧିନରେ ରହିଛି। ମତ୍ସ୍ୟ ବିଭାଗ ପୌରପାଳିକାକୁ ଏହି ଅଂଚଳର ଜମି ହସ୍ତାନ୍ତର କଲେ ଆମେ ପ୍ରାଇଭେଟ୍ ପବ୍ଲିକ ମୋଡ଼ (ପିପି ମୋଡ଼)ରେ ସୁଇମିଂ ପୁଲ କରି ପଁହରା ତାଲିମ ଦେବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧିତ ଖବର