ପିଇଓଙ୍କୁ ବ୍ଲାକମେଲ କରି ୱେବ ଚାନେଲ ମାଲିକ ଗିରଫ

ଧର୍ମଶାଳା: ଧର୍ମଶାଳା ବ୍ଲକ କୁମାରୀ ଓ ଗଙ୍ଗାଧରପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିର୍ମଳ ଚନ୍ଦ୍ର ପଣ୍ତାଙ୍କୁ ଚାନ୍ଦା ମାଗିବା ଅଭିଯୋଗରେ ଆଇବିଏନ୍ ଓ୍ବେବ୍ ପୋର୍ଟାଲ୍ ମାଲିକ ସଂଜୟ କୁମାର ମିଶ୍ରକୁ ପୁଲିସ୍‌ ଗିରଫ କରିଛି। ତାଙ୍କ ଘର କୁମାରୀ ପଞ୍ଚାୟତ ଦେଉଳି ଗ୍ରାମରେ। ତାକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି। ସଂଜୟ ବିଭିନ୍ନ ଦୁର୍ନୀତି ଅଭିଯୋଗ ଉଠାଇ କିଛିଦିନ ହେଲା ପିଇଓଙ୍କୁ ବ୍ଲାକମେଲ୍ କରିଆସୁଥିଲା।

ବହୁବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫୋନ୍ କଥାବାର୍ତ୍ତା ଓ ଭିଡିଓ ରେକର୍ଡିଂ କରି ନେଇଥିଲା। ପରେ ଏହାକୁ ମିଥ୍ୟା ତଥ୍ୟ ସହ ଏଡିଟିଂ କରି ଲକ୍ଷେ ଟଙ୍କା ଚାନ୍ଦା ଦାବି କରିଥିଲା। ଟଙ୍କା ନମିଳିବାରୁ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିଲା। ଏଥିରେ ଅତିଷ୍ଠ ହୋଇ ପିଇଓ ପଣ୍ଡା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ୨୨୧/୨୨ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସଂଜୟକୁ ଗତକାଲି ରାତିରେ ଗିରଫ କରିଥିଲା

ସମ୍ବନ୍ଧିତ ଖବର