ଟିଟୋ ଲିଙ୍କ୍ ! : ବିଜେପି ନେତାଙ୍କୁ ଏସ୍‌ଟିଏଫ୍‌ର ସମନ୍

କେନ୍ଦ୍ରାପଡା : ଠିକ୍ ନିର୍ବାଚନ ପୂର୍ବରୁ ପୁଣିଥରେ ଗ୍ୟାଙ୍ଗଷ୍ଟର ସୟଦ୍‌ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋ ଲିଙ୍କକୁ ନେଇ ତନାଘନା ଆରମ୍ଭ ହୋଇଛି। ଏଥର ଏସ୍‌ଟିଏଫ୍ (ସ୍ବତନ୍ତ୍ର ଟାସ୍କଫୋର୍ସ) ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନାଙ୍କୁ ତୁରନ୍ତ ଭୁବନେଶ୍ବର କାର୍ଯ୍ୟାଳୟରେ ହାଜର୍ ହେବାକୁ ନୋଟିସ୍‌ ଜାରି କରାଯାଇଛି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଟିଟୋର କେନ୍ଦ୍ରାପଡ଼ା ସ୍ଥିତ ପେଟ୍ରୋଲ ପମ୍ପ୍ ସହ ପାରାଦ୍ବୀପରେ ଥିବା ଅନ୍ୟ ଏକ ପେଟ୍ରୋଲ ପମ୍ପ ଚଂଚକତା କରି ହାତେଇଥିବା ଅଭିଯୋଗ ହୋଇଥିଲା। ଟିଟୋ ଗିରଫ ପରେ ଏସ୍‌ଟିଏଫ୍ ଚଡ଼ାଉ କରି କେନ୍ଦ୍ରାପଡ଼ା ପେଟ୍ରୋଲ ପମ୍ପ ସିଲ୍ କରିଥିଲା। ଏବେ ସିବିଆଇ ୩ଟି ପର୍ଯ୍ୟାୟରେ ଏହାର ତଦନ୍ତ କରିଛି। ତେବେ ଏହି ଘଟଣାରେ ଭୁବନଙ୍କ ଠାରୁ କେତେକ ତଥ୍ୟ ଜାଣିବା ନିମନ୍ତେ ତାଙ୍କୁ ସମନ୍ କରାଯାଇଛି। ଟିଟୋ ପେଟ୍ରୋଲ ପମ୍ପ୍ ମାମଲା (କେସ୍‌ ନଂ ୮/୨୦୧୮ (୧୦. ୭. ୧୮; ଦଫା ୩୮୬/୪୧୧/୪୧୪, ୪୨୦/୪୬୭/୪୬୮/ ୪୭୧/ ଓ ୧୨୦ (ଖ)ରେ ତାଙ୍କୁ ୭ ତାରିଖ ଦିନ ୧୦ଟାରେ ହାଜର ହେବାକୁ ଉପଅଧୀକ୍ଷକ ତପନ କୁମାର ମହାନ୍ତି ନିେର୍ଦ୍ଦଶ ଦେଇଛନ୍ତି ।

ଏ ସମ୍ପର୍କରେ ଭୁବନ କହିଛନ୍ତି ଯେ, ପ୍ରଥମେ ମାର୍ଚ ୧ ତାରିଖରେ ତାଙ୍କୁ ହାଜର ହେବାକୁ ନି‌େର୍ଦ୍ଦଶ ଦିଆଯାଇଥିଲା। କିନ୍ତୁ ସେ ସେଦିନ ବ୍ୟକ୍ତିଗତ ହାଜର ହୋଇ ପାରିବେ ନାହିଁ ଓ ୭ ତାରିଖ ସମୟ ଦେବାକୁ ଅନୁରୋଧ କରିଥିଲେ । ସେହି ଅନୁସାରେ ଭୁବନ ସେଦିନ ୧୦ଟାରେ ହାଜର ହେବେ ବୋଲି ତାଙ୍କ ଓକିଲଙ୍କ ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର