ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ: ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ

କଟକ/ବୈପାରିଗୁଡ଼ା: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏଯାଏ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି।
ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଓ ବୈପାରୀଗୁଡ଼ା ଥାନାରେ ଥିବା ସୁଶାନ୍ତଙ୍କ ଅଫିସ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା। ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ଗତକାଲି ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି କଟକ ବକ୍ସିବଜାରସ୍ଥିତ ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି। ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ବସରେ କଟକ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାବାବୁ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧରିଥିଲେ। ଫଳରେ ଶ୍ରୀ ଶତପଥୀ ଭିଜିଲାନ୍ସର ଜାଲରେ ଛନ୍ଦି ହୋଇଯାଇଥିଲେ। ସଂପୃକ୍ତ ପୁଲିସ ବାବୁଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବସରୁ ଓହ୍ଲାଇ ପଚରାଉଚରା କରିଥିଲେ। ତାଙ୍କୁ ଜୟପୁର ଥାନାରେ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର