ଯାଆଁଳା ଭଉଣୀଙ୍କ ମାଟ୍ରିକ୍‌ ପରୀକ୍ଷାରେ ବାଜିମାତ୍‌, ଆଣିଲେ ଏ୧ ଗ୍ରେଡ୍‌

ନାଲକୋନଗର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଯାଆଁଳା ଭଉଣୀ ବାଜି ମାରିଛନ୍ତି। ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ବତୀ ବିଦ୍ୟାମନ୍ଦିରର ସ୍ୱାଥିଶ୍ରୀ ସର (୯୦%) ଓ ସ୍ୱୟଂଶ୍ରୀ ସର (୯୫%) ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲେ ଦୁଇ ଭଉଣୀ। ବାପା ପ୍ରଦୀପ ସର ନାଲକୋ ସିପିପି ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ ରାଜଶ୍ରୀ ସର ଜଣେ ଗୃହିଣୀ। ପିଲାବେଳୁ ଦୁଇ ଝିଅ ଖୁବ ଭଲ ପଢୁଥିଲେ। ପିଲାଙ୍କ ପାଠପଢାରେ ବାପାମାଆ ସହଯୋଗ କରନ୍ତି। ଉଭୟଙ୍କ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ ଏ୧
ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶ୍ରୀ ସରଙ୍କ ନିଜ ଗାଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳରେ। ଆଗାମୀ ଦିନରେ ଦୁଇ ଭଉଣୀ କିଛି ଭିନ୍ନ କରିବାର ସ୍ଵପ୍ନ ଦେଖିଛନ୍ତି। ସ୍ୱାତିଶ୍ରୀ ସର ନିଜ ରେଜଲ୍ଟରେ ଖୁବ୍ ଖୁସି ଅଛନ୍ତି। ପରିଶ୍ରମର ଫଳ ପାଇଛନ୍ତି ବୋଲି କହିବା ସହ ଆଗକୁ ଆଇଆଇଟି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ନିଜ ସଫଳତାର ଶ୍ରେୟ ବାପା ମାଆ ଏବଂ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି। ଭଵିଷ୍ୟତ ରେ ନିଶ୍ଚିତ ଭାବେ ଆହୁରି ଭଲ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର