ଜଳ ଓ ପରିମଳ ମିସନ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଦେବଗଡ଼: ଏସ୍‌ଏଚ୍‌ଜିଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ତଥା ଓଡ଼ିଶା ଜୀବିକା ମିସନର ଗୋଷ୍ଠୀ ଓ ପଞ୍ଚାୟତସ୍ତରୀୟ କର୍ମୀଙ୍କ ସହାୟତାରେ ଦେବଗଡ଼ ସ୍ୱଚ୍ଛ ଭାରତ ମିସନରେ ବିଶେଷ ସଫଳତା ପାଇବା ସହ ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ଜିଲ୍ଲା ରୂପେ ସମ୍ମାନିତ ହୋଇପାରିଛି। ତେଣୁ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ପରାମର୍ଶ କ୍ରମେ ଅନୁଗୁଳ ଜିଲ୍ଲା ଜଳ ଓ ପରିମଳ ମିସନ ଅଧିକାରୀ ନିରୋଦ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜିକା ଅନୁରାଧା ସିଂହ, ପରାମର୍ଶଦାତା ମିଲୁ ମହନ୍ତ, ୟୁନିସେଫର ସଂଯୋଜକ ସୁନୀଲ ମିଶ୍ର, ଓଏଲ୍‌ଏମ୍‌ର ମାନସୀ ସାହୁ ଓ ଜିଲ୍ଲା ସ୍ୱଚ୍ଛ ପ୍ରେରକ ସତୀଶ ମହାପାତ୍ର ପ୍ରମୁଖ ଦେବଗଡ଼ ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଦେବଗଡ଼ର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରାମର୍ଶଦାତା କୁମୁଦ ଚନ୍ଦ୍ର ଶତପଥୀ ଓ ପ୍ରଶାନ୍ତ ସାମଲ, ଏସଡିଓ ସତ୍ୟଜିତ ସାହୁ, ପଞ୍ଚାୟତ ମନିଟର ତପସ୍ୱିନୀ ଧଳ, ଅବନ୍ତୀ ପ୍ରଧାନ, ଡମ୍ବରୁଧର କୁମୁରା ଓ ଯୁଧିଷ୍ଠିର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନରେ ସହଯୋଗ କରିଥିଲେ। ପରିଦର୍ଶନକାରୀ ଦଳ କୁଣ୍ଢେଇଗୋଳା ପଂଚାୟତର ଦେଓଝରଣ ଏବଂ ଲୁଲଙ୍ଗ ପଂଚାୟତର ଶିମିଳିହତା ଓ କୀର୍ତ୍ତନପାଲି ଗାଁ ବୁଲି ରଙ୍ଗବେରଙ୍ଗ ପାଇଖାନା ଦେଖି ଆନନ୍ଦିତ ହୋଇଥିଲେ। ପରିଦର୍ଶନ ସାରି ଅଧିକାରୀମାନେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କାଙ୍କୁ ଭେଟି ଦେବଗଡ଼ର ବିଭିନ୍ନ କୌଶଳ ନିଜ ଜିଲ୍ଲାରେ ପ୍ରୟୋଗ କରିବେ ବୋଲି କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର