ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର -୨୦୨୦: ୧ ଲକ୍ଷ ୩୪ ହଜାର ୨୩୦ଟି ଅପରାଧ ମାମଲା ପଞ୍ଜିକୃତ

ଭୁବନେଶ୍ବର: ଗୃହ ବିଭାଗର ଶ୍ୱେତପତ୍ର-୨୦୨୦ ପ୍ରକାଶ ପାଇଛି। ରାଜ୍ୟରେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧ ଲକ୍ଷ ୧୦ହଜାର ୭୪୧ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ୨୦୨୦ ମସିହାରେ ୩ହଜାର ୭୭୦ ଟି ମାମଲା ରୁଜୁ କରାଯାଇଥିଲା। ସେଥିରୁ ୨୦୫୯ ଟି ଦଙ୍ଗା ମାମଲା, ୩୫୨୪ଟି ପ୍ରତାରଣ ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା, ୨୯୦୭ଟି ମାମଲା ସତ୍ୟ ମାମଲା ଅଟେ। ତନ୍ମଧ୍ୟରୁ ୨୦୫୪ ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି।

ଅପରପକ୍ଷରେ ୨୦୨୦ରେ ୪୮୮୮ଟି ଯୌତୁକଜନିତ ମାମଲା ରୁଜୁ ହୋଇଛି। ଏହାଛଡ଼ା ୯୩ ହଜାର ୨୨୯ଟି ଧର୍ତବ୍ୟ ଅପରାଧ, ୧୪୭୦ଟି ନରହତ୍ୟା ମାମଲାର ପଞ୍ଜିକରଣ ହୋଇଛି। ସେଥିମଧ୍ୟରୁ ୬୯୪ଟି ମାମଲାରେ ଚାର୍ଜସିଟ ଦାଖଲ କରିଛି ପୁଲିସ। ୨୦୨୦ ବର୍ଷରେ ୫୧୪ଟି ଡକାୟତି ମାମଲା ସଂଗଠିତ ହୋଇଛି। ୨୧୬୬ଟି ଲୁଣ୍ଠନ, ୪୫୦୦ଟି ସିନ୍ଧି ଚୋରି ମାମଲା ପଞ୍ଜିକୃତ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି। ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ୨୦୨୦ମସିହାରେ ୨୭ ଥର ହିନ୍ଦୁ, ମୁସଲିମ, ୩ ଥର ହିନ୍ଦୁ, ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଛି।

କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। କାର୍ଯ୍ୟ ସମ୍ପାଦନ ସମୟରେ ୮୯୦୨ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ଜଣ ପ୍ରାଣ ହରାଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ୧୦୦୨ ଜଣ ପ୍ଲାଜମା ଦାନ କରିଛନ୍ତି। ୨୦୨୦-୨୧ ମସିହାରେ ପୁଲିସ ତରଫରୁ ୧୮ଥର ଗୁଳିଚଳନା କରାଯାଇଛି। ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ୨୧ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୩୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଦୁଇଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

 

ସମ୍ବନ୍ଧିତ ଖବର