ରେଳବାଇକୁ ମାଙ୍କଡ଼ ଡର: ମଙ୍କି ହିଲ୍‌ ଷ୍ଟେସନ୍‌ରେ ଲାଗିଲା ଆଲୁମିନିୟମ୍‌ ଟ୍ରାପ୍‌ 

ମୁମ୍ବାଇ: ମୁମ୍ବାଇର ଖଣ୍ଡାଲାସ୍ଥିତ ମଙ୍କି ହିଲ୍‌ ରେଲ୍‌େଓ୍ଵ ଷ୍ଟେସନ୍‌ରେ ମାଙ୍କଡ଼ମାନଙ୍କ ହେତୁ ଗତ ଏକ ମାସ ମଧ୍ୟରେ ୩ ଥର ରେଳ ସେବା ବାଧାପ୍ରାସ୍ତ ହୋଇଥିବା ନେଇ କେନ୍ଦ୍ରୀୟ ରେଳବାଇ ଏହି ସମସ୍ୟାର ସମାଧାନ ଖୋଜିବାକୁ ବାଧ୍ୟ ହୋଇପଡ଼ିଛି। ଲଗାତର ଭାବେ ରେଳ ବାଧାରୁ ମୁକ୍ତି ପାଇବା ପାଇଁ କେନ୍ଦ୍ରୀୟ ରେଳବାଇ ମାଙ୍ଗଡ଼ମାନଙ୍କୁ ଓଭର୍‌ ହେଡ୍‌ ଇକ୍ୟୁପ୍‌ମେଣ୍ଟ୍‌(ଓଏଚ୍‌ଇ) ଉପରେ ଚଢ଼ାଇ ନ ଦେବାକୁ ଏକ ସୁବିଧା ବାଟ ଚିନ୍ତା କରିଛି। ମାଙ୍କଡ଼ମାନେ ଓଏଚ୍‌ଇ ଉପରେ ଦେଇ ଯାଇଥିବା ତାରଗୁଡ଼ିକ ଉପରକୁ ଡିଆଁ ଡେଇଁ କରୁଥିବା ହେତୁ ଏହା ପାଓ୍ଵାର ଆଉଟେଜ୍‌ର କାରଣ ବନିଥାଏ।

ରେଳବାଇ ପକ୍ଷରୁ ଏହି ସମସ୍ୟାର ସମାଧାନ ସକାଶେ ମଙ୍କି ହିଲ୍‌ ରେଲ୍‌େଓ୍ଵ ଷ୍ଟେସନ୍‌ର ଓଏଚ୍‌ଇ ଉପରେ ଆଲୁମିନିୟମ ନିର୍ମିତ ଏକ ପତଳା ଜାଲ(ଟ୍ରାପ) ବିଛାଯାଇଛି, ଯାହାକି ମାଙ୍କଡ଼ମାନଙ୍କୁ ଓଏଚ୍‌ଇ ନିକଟକୁ ଆସିବାରୁ ଦୂରେଇ ରଖିବ। ଫଳରେ ମାଙ୍କଡ଼ମାନେ ଆଉ ତାର ନିକଟକୁ ଆସି ପାରିବେ ନାହିଁ। ଲଗା ଯାଇଥିବା ଟ୍ରାପ୍‌ରେ ହ୍ୟାଣ୍ଡେଲ୍‌ କିମ୍ବା କୌଣସି ପ୍ରକାର କଣା ନାହିଁ। ତେଣୁ, ମାଙ୍କଡ଼ମାନେ ସେଠାରେ ଚଢ଼ିପାରିବେ ନାହିଁ। ମାଙ୍କଡ଼ମାନେ ଓଏଚ୍‌ଇ ଉପରକୁ ଯାଇପାରନ୍ତି ମାତ୍ର  ଲାଗିଥିବା ବାରିକେଡ୍‌ ହେତୁ ସେ ସେଠାରୁ ବାହାରି ତାର ପର୍ଯ୍ୟନ୍ତ ପହଞ୍ଚି ପାରିବେ ନାହିଁ।

ସମ୍ବନ୍ଧିତ ଖବର