‘ଏମ୍‌ଆରପିଠାରୁ ଅଧିକ ଦରରେ ମିନେରାଲ୍‌ ଓ୍ଵାଟର୍‌ ବିକିଲେ ଦେବାକୁ ପଡ଼ିବ ଜରିମାନା, ହୋଇପାରେ ଜେଲ୍‌’

ନୂଆଦିଲ୍ଲୀ: ମିନେରାଲ୍‌ ପାଣି ବୋତଲ୍‌କୁ ଏମ୍‌ଆରପି ଠାରୁ ଅଧିକ ଦରରେ ବିକୁଥିବା ହୋଟେଲ୍‌, ରେଷ୍ଟୁରାଣ୍ଟ୍‌ କିମ୍ବା ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ଜରିମାନା ଦେବା ସହ ଜେଲ୍‌ ଦଣ୍ଡାଦେଶ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ସରକାର କହିଛନ୍ତି ପାଣି ବୋତଲରେ ଲେଖାଥିା ଦରଠାରୁ ଅଧିକ ମୂଲ୍ୟରେ ପାଣି ବୋତଲ ବିକ୍ରି କରିବା କେବଳ ଉପଭୋକ୍ତାଙ୍କୁ କେବଳ ଠକାମୀ ନୁହେଁ ବରଂ କର ଚୋରି ମଧ୍ୟ। ପାଣି ବୋତଲଗୁଡ଼ିକ ଉପରେ ଯାହା ଦାମ୍‌ ଲେଖାଯାଇଛି ସେହି ଦରରେ ବିକ୍ରି କରନ୍ତୁ କିମ୍ବା କମ ନିଅନ୍ତୁ। ମାତ୍ର ଦର ବଢ଼ାଇ ବିକ୍ରୟ କରିବା ଦ୍ୱାରା ସେବା କର କିମ୍ବା ଉତ୍ପାଦ ଶୁକ୍ଳ ଆଦି ରୂପରେ ସରକାରଙ୍କର ଅତିରିକ୍ତି ରାଜସ୍ୱ କ୍ଷତି ଘଟିଥାଏ।

ଫେଡେରେସନ୍‌ ଅଫ୍‌ ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏଫଏଚ୍‌ଆର୍‌ଏଆଇ) ଦ୍ୱାରା ଏକ ଆବେଦନ ଦାୟର ହେବା ପରେ ଏହାର ଉତ୍ତରରେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଏକ ଆଫିଡେଭିଟ୍‌ ପ୍ରସ୍ତୁତ କରିଛନ୍ତି। ପ୍ରି-ପ୍ୟାକ୍‌ଡ କିମ୍ବା ପ୍ରି-ପ୍ୟାକେଜ୍‌ ଉତ୍ପାଦ ଉପରେ ଅତିିରିକ୍ତ ଦର ନେବା ଲିଗାଲ୍‌ ମେଟ୍ରୋଲୋଜି ଆକ୍ଟ ଅନୁସାରେ ଅପରାଧ।

ଲିଗାଲ୍‌ ମେଟ୍ରୋଲୋଜି ଆକ୍ଟର ଧାରା ୩୬ ଅନୁସାରେ, ପ୍ୟାଟେକ୍‌ରେ ଲେଖାଥିବା ଦର ଅପେକ୍ଷା କୌଣସି ବ୍ୟବସାୟୀ ଯଦି ଅଧିକ ଟଙ୍କାରେ ସାମଗ୍ରୀ ବିକ୍ରୟ କରନ୍ତି ତେବେ ତାଙ୍କୁ ପ୍ରଥମ ତ୍ରୁଟି ଲାଗି ୨୫,୦୦୦ ଟଙ୍କା ଜରିମାନା ଦେବାକୁ ହେବ। ଦ୍ୱିତୀୟ ଥର ଏପରି କଲେ ୫୦,୦୦୦ ଜରିମାନା ଦେବାକୁ ହେବ। ଆବଶ୍ୟକ କ୍ଷେତ୍ରରେ ଏହି ଜରିମାନା ବର୍ଷକୁ ୧ ଲକ୍ଷ ହେବା ସହ ଜେଲ୍‌ ମଧ୍ୟ ହୋଇପାରେ।

ସମ୍ବନ୍ଧିତ ଖବର