ସର୍ବଭାରତୀୟ ଜେମ୍ସ ଓ ଜୁଏଲାରୀ ପରିଷଦ ପକ୍ଷରୁ ‘ଲାଭମ’ କର୍ମଶାଳା

ଭୁବନେଶ୍ୱର : ଜେମ୍ସ ଓ ଜୁଏଲାରୀ ଶିଳ୍ପର ସର୍ବୋଚ୍ଚ ସଂଗଠନ ଅଲ ଇଣ୍ଡିଆ ଜେମ୍ସ ଏଣ୍ଡ ଜୁଏଲାରୀ ଡୋମେଷ୍ଟିକ କାଉନସିଲ (ଜିଜେସି) ପକ୍ଷରୁ ଏକ ଶିକ୍ଷଣୀୟ କର୍ମଶାଳା ‘ଲାଭମ’ କଟକଠାରେ ରବିବାରଦିନ ଆୟୋଜିତ ହୋଇଯାଇଛି । କାଉନସିଲ ପକ୍ଷରୁ ଏଧରଣର କର୍ମଶାଳା ଦେଶର ବିଭିନ୍ନ ସହରରେ ଆୟୋଜନ କରାଯାଉଛି । ଜେମ୍ସ ଓ ଜୁଏଲାରୀ ଶିଳ୍ପ ସଂପର୍କିତ ଉତ୍ତମ ବ୍ୟବସାୟିକ କୌଶଳ ଓ ନିୟମକାନୁନ ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ । ବିଶେଷକରି ବିଭିନ୍ନ ଆଇନକାନୁନ ଓ ନିୟମ ଯଥା ଆୟକର, ଜିଏସଟି ଓ ହଲମାର୍କ ଆଦି ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇବା ଏହାର ଉଦ୍ଦେଶ୍ୟ ବୋଲି ଜିଜେସିର ପୂର୍ବାଞ୍ଚଳ ଜୋନର ସଭାପତି ତଥା ନିର୍ଦ୍ଦେଶକ, ଶଙ୍କର ସେନ କହିଛନ୍ତି । ସେ କହିଛନ୍ତି ଯେ ଏସବୁ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଜୁଏଲାରୀ କ୍ଲଷ୍ଟରରେ ଆୟୋଜନ କରାଯାଇ ଜୁଏଲର୍ସ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଜଟିଳ ନିୟମ କାନୁନ ଓ ନୂତନ ବ୍ୟବସାୟିକ କୌଶଳ ସଂପର୍କରେ ଅବଗତ କରାଯାଉଛି । ଏହି ଅବସରରେ ଜିଜେସିର ନିର୍ଦ୍ଦେଶକ ତଥା ସହ-ଆବାହକ ମନୋଜ ଝା କହିଛନ୍ତି ଯେ ଏପରି କାର୍ଯ୍ୟକ୍ରମମାନ ଆୟୋଜନ କରି ଏହି ଶିଳ୍ପକୁ ଅଧିକ ସଂଗଠିତ କରିବାକୁ ଉଦ୍ୟମ କରାଯାଉଛି ।

ସମ୍ବନ୍ଧିତ ଖବର