ବିବାହ ପାଇଁ ମନା କରିବାରୁ ୫୦ ବର୍ଷିଅ ପ୍ରେମିକକୁ ପିଟିପିଟି ହତ୍ୟା କଲା ୨୩ବର୍ଷୀୟା ପ୍ରେମିକା

ନୂଆଦିଲ୍ଲୀ: ଫରିଦାବାଦରେ ଗତ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପାଇଁ ମନା କରିବାରୁ ୫୦ ବର୍ଷିଅ ପ୍ରେମିକକୁ ୨୩ବର୍ଷୀୟା ପ୍ରେମିକା ପିଟିପିଟି ହତ୍ୟା କରି ଦେଇଛି। ଏହି ହତ୍ୟା ଘଟଣାଟି ଜଣାପଡିବା ପରେ ପୁଲିସ ପ୍ରେମିକ ହତ୍ୟାକାରୀ ଯୁବତୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୁରୁଣା ଫରିଦାବାଦରେ ମହେନ୍ଦ୍ର ବସବାସ କରନ୍ତି। ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ। ସେ ନହରପାର ନିବାସୀ ୨୩ ବର୍ଷୀୟା ଜଣେ ଯୁବତୀ ପ୍ରେମ କରୁଥିଲେ। ଏମିତି କି ମହେନ୍ଦ୍ରଙ୍କୁ ବିବାହ ପାଇଁ ଯୁବତୀ ଜଣକ ପରିବାର ଠାରୁ ଅଲଗା ହୋଇ ଫରିଦାବାଦ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଯୁବତୀ ଯେତେବେଳେ ମହେନ୍ଦ୍ରକୁ ବିବାହ ପାଇଁ କହନ୍ତି ସେ ତାହାକୁ ଖାତିର୍‌ କରନ୍ତି ନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ଲାଗି ରହିଥାଏ । ବିରକ୍ତ ହୋଇ ମହେନ୍ଦ୍ର ବିବାହ ପାଇଁ ମନା କରି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ପ୍ରଥମେ ତାଙ୍କୁ ପ୍ରେମିକକୁ ମଦପାନ୍ୟ କରାଇଥିଲେ । ମହେନ୍ଦ୍ର ଅତ୍ୟଧିକ ମଦପାନ କରିବା ପରେ ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଯୁବତୀ ପ୍ରେମିକାକୁ ପିଟିପିଟି ହତ୍ୟା କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ମହେନ୍ଦ୍ରଙ୍କ ମୃତଦେହ ମିଳିବା ପରେ ପୁଲିସ ଯୁବତୀକୁ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର