ହ୍ଵାଟ୍‌ସଆପ୍‌ରେ ଚାଟିଂ କରିବା ପରେ ଦେଖା ହେବା ପାଇଁ ଡ଼ାକି ଦୁଷ୍କର୍ମ କଲା ଯୁବକ,ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଜାରି ରଖିଥିଲା ଦୁଷ୍କର୍ମ

ନୂଆଦିଲ୍ଲୀ : ପୂର୍ବରୁ ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ ମାଧ୍ୟମରେ ଅନେକ ଅପରାଧ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାର ସମାଧାନ ହୋଇ ପାରିନାହିଁ । ଲୋକମାନଙ୍କୁ ଏ ନେଇ ସଚେତନ କରାଯାଇ ସାରିଥିଲେ ମଧ୍ୟ ବାରମ୍ବାର ସେଭଳି ଭୁଲ ହେଉଥିବାର ଦେଖିବାକୁ ମିଳୁଛି । ଏବେ ପୁଣି ଦିଲ୍ଲୀରେ ଜଣେ ଯୁବତୀ ହ୍ଵାଟ୍‌ସ୍‌ଆପ୍‌ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ହ୍ଵାଟ୍‌ସଆପ୍‌ରେ କଥା ହେବା ପରେ ପ୍ରଥମେ ଦେଖା ହେବା ପାଇଁ ଡ଼ାକି ଯୁବକ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ତିଆରି କରିଥିଲେ । ଯାହାକୁ ପରେ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । କିଛି ଦିନ ଚୁପ୍‌ ରହିବା ପରେ ପୀଡ଼ିତା ଏବେ ପୁଲିସରେ ଅଭିଯୋଗ କରିଛନ୍ତିି । ଅଭିଯୋଗ ପାଇବା ପରେ ଛାନ୍‌ଭିନ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ପୀଡ଼ିତା ନିଜ ପରିବାର ସହିତ ଦିଲ୍ଲୀର ଲକ୍ଷ୍ମୀନଗରରେ ରହୁଥିଲେ । ପଞ୍ଜାବରେ ରହୁଥିବା ଅଭିଯୁକ୍ତ ମାଟ୍ରିମୋନିଆଲ ସାଇଟ୍‌ ଜରିଆରେ ପୀଡ଼ିତାଙ୍କୁ ସଂପର୍କ କରିବା ସହ ଦୁହେଁ ଫୋନରେ କଥା ହେବା ଆରମ୍ଭ କରିଥିଲେ । ଫେବୃଆରୀ ୨,୨୦୧୮ରେ ଅଭିଯୁକ୍ତ କମଲଜିତ୍‌ ପଞ୍ଜାବରୁ ଦିଲ୍ଲୀ ଆସିଥିଲେ । କମଲଜିତ୍‌ ପୀଡ଼ିତାଙ୍କୁ ଦେଖା କରିବା ପାଇଁ ଡ଼ାକିବା ସହ କାର୍‌ରେ ଦୁହେଁ ବୁଲିବା ପାଇଁ ବାହାରିଥିଲେ । କିଛି ସମୟ ପରେ କମଲଜିତ୍‌ ପୀଡ଼ିତାଙ୍କୁ ମୃଦୁପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ସେ ବେହୋସ ହେବା ପରେ କମଲଜିତ୍‌ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କର ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଉଠାଇଥିଲେ । ହୋସ ଆସିବା ପରେ ସବୁ ଜାଣି ଅଭିଯୋଗ କରିବା ପାଇଁ କହିବାରୁ ଫଟୋ ଏବଂ ଭିଡ଼ିଓ ଦେଖାଇ କମଲଜିତ୍‌ ପୀଡ଼ିତାଙ୍କ ମୁହଁ ବନ୍ଦ କରି ଦେଇଥିଲେ । କିଛି ମାସ ଫଟୋ ଏବଂ ଭିଡ଼ିଓର ସାହାଯ୍ୟ ନେଇ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ମଧ୍ୟ ଶେଷରେ ବିବାହ ପାଇଁ ମନା କରିବାରୁ ପୁଲିସରେ ଅଭିଯୋଗ କରିଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର