ସମୁଦ୍ରରେ ଭାସି ଯାଉଥିବା ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ବୁଧବାର ଅପରାହ୍ନରେ ବଙ୍ଗୀୟ ପର୍ଯ୍ୟଟକମାନେ ପୁରୀ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରକୁ ଗାଧେଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ହେତୁ ଜଣେ ମହିଳାଙ୍କ ସମେତ ୩ ଜଣ ବଙ୍ଗୀୟ ପର୍ଯ୍ୟଟକ ଭାସି ଯାଇଥିଲେ। ଏହି ଦୃଶ୍ୟ ଦେଖି ସମୁଦ୍ରକୂଳ ନିକଟରେ ଥିବା ଲାଇଫଗାର୍ଡ ସଙ୍ଗେସଙ୍ଗେ ପାଣି ଭିତରକୁ ଡେଇଁ ଟ୍ୟୁବ୍‌ ମାଧ୍ୟମରେ ୪ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର