ଆଜିକାଲି ଲୋକମାନେ ବେଶ୍ ଧୁମଧାମରେ ବିବାହ ଉତ୍ସବ ପାଳନ କରୁଛନ୍ତି । ଜାକଜମକରେ ଭୋଜିଭାତ କରି ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ କିଛି ଲୋକେ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ ପାଣି ଭିତରେ ବିବାହ କରୁଛି, କିଏ ପାହାଡ଼ ଉପରେ ତ ପୁଣି କିଏ ହେଲିକପଟରରେ ଆସି ବିବାହ କରୁଛି । ଏସବୁ ବ୍ୟତୀତ କିଛି ଲୋକ ଲୋକେ ବିବାହ ସମୟରେ ସଚତେନତା ବାର୍ତ୍ତା ଦେବାର ମଧ୍ୟ ଦେଖିବା ପାଇଁ ମିଳେ । ଏପରି ନବଦମ୍ପତି ହେଲେ କେନ୍ଦ୍ରାପଡ଼ାର ସୂର୍ଯ୍ୟମଣି ପରିଡ଼ା ଓ ଶିଳ୍ପା ବୋଷ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଓସ୍ତପୁରରୁ ସୂର୍ଯ୍ୟମଣି ପରିଡ଼ା ବଡ଼ହାଟ ନିବାସୀ ତଥା ଦୀର୍ଘ ଦିନ ବାନ୍ଧବୀ ଶିଳ୍ପାଙ୍କୁ ଗତ ୧୮ ତାରିଖରେ ବିବାହ କରିଛନ୍ତି । ତେବେ ସେମାନେ ବିବାହକୁ ଜାକଜମକରେ ନକରି ବିବାହ ଭୋଜି ସହ ରକ୍ତଦାନ ଶିବିରର ଆୟୋଜନ ରଖିଥିଲେ । ବିବାହ ପାଇଁ କେହି ବ୍ୟସ୍ତ ନଥିଲେ । ଲୋକମାନେ କିପରି ଉପକୃତ ହୋଇପାରିବେ, ସେ ଲକ୍ଷ୍ୟ ନେଇ ଉଭୟେ ବିବାହରେ ନିଆରା ପ୍ରୟାସ କରିଥିଲେ । ପ୍ରଥମେ ବରବଧୂ ରକ୍ତଦାନ କରିଥିଲେ । ବିବାହରେ ଯୋଗଦେଇଥିବା ଅତିଥିଙ୍କ ସହ ପରିବାର ଲୋକଙ୍କ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନେକ ଲୋକ ରକ୍ତଦାନ ମଧ୍ୟ କରିଥିଲେ ।
ଏହାବ୍ୟତୀତ କିଛି ଅତିଥି ଶରୀର ଦାନ ଓ ଅଙ୍ଗ ଦାନ କରିଥିଲେ କିଛି । ଆଉ ଏଥିପାଇଁ କଟକ ବଡ଼ମେଡ଼ିକାଲର ଏକ ପ୍ରତିନିଧିଦଳ ପହଞ୍ଚି କାଗଜପତ୍ର ପ୍ରସ୍ତୁତ କରିଥିଲେ । ତେବେ କେନ୍ଦ୍ରାପଡ଼ାର ନବଦମ୍ପତିଙ୍କ ଏହି ନୂଆ ପ୍ରୟାସ ଯୋଗୁଁ ଅଂଚଳବାସୀ ଉଭୟଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।