ଓ୍ଵାଶିଂଟନ: ବିହାରର ଝିଅ ମୋନା ଦାସ ଓ୍ଵାଶିଂଟନର ଷ୍ଟେଟ ସିନେଟର ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ଜାନୁଆରି ୧୪ ତାରିଖ, ମକର ସଂକ୍ରାନ୍ତି ଦିନ ସେ ହାତରେ ଗୀତା ଧରି ୪୭ ବର୍ଷ ବୟସ୍କା ମୋନା ସିନେଟର ଭାବେ ଶପଥ ଗ୍ରହଣ କରିଥିଲେ। ମୋନା ଦାସ ହେଉଛନ୍ତି ଆମେରିକାର ଡେମୋକ୍ରାଟ ଦଳର ଜଣେ ସଦସ୍ୟା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ମୋନା ଦାସ ହେଉଛନ୍ତି ବିହାର ମୁଙ୍ଗେର ଜିଲ୍ଲାର ବାସିନ୍ଦା। ବିଗତ ୧୯୭୧ରେ ସେ ନିଜ ପିତା ମାତାଙ୍କ ସହ ଆମେରିକାର ଓ୍ଵାଶିଂଟନକୁ ଚାଲି ଯାଇଥିଲେ। ସେତବେଳକୁ ତାଙ୍କୁ ବୟସ ୮ ମାସ ହୋଇଥିଲା। ତେବେ, ଇତିମଧ୍ୟରେ ଏତେ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ସେ ବିହାର କିମ୍ବା ତାଙ୍କ ଗାଁକୁ ଭୁଲି ନାହାନ୍ତି। ମୁଙ୍ଗେର ଖଡ଼ଗପୁର ଡିଭିଜନରେ ଥିବା ତାଙ୍କ ପୈତୃକ ଗ୍ରାମ ଡାରିଆପୁରକୁ ସେ ଖୁବ୍ ଶୀଘ୍ର ପରିଦର୍ଶନରେ ଆସିବେ ବୋଲି କହିଛନ୍ତି। ଡେମୋକ୍ରାଟ ଦଳର ଜଣେ ସଦସ୍ୟା ଭାବେ ମୋନା ଦାସ ତାଙ୍କର ପ୍ରଥମ ଉଦ୍ୟମରେ ହିଁ ଓ୍ଵାଶିଂଟନର ଷ୍ଟେଟ ସିନେଟର ଭାବେ ନିର୍ବଚିତ ହେବାରେ ସମର୍ଥ ହୋଇ ପାରିଛନ୍ତି।