ଆଇସିଆଇସିଆଇ ବ୍ୟାଙ୍କ ଆରମ୍ଭ କଲା ‘ଦି ୱାନ’ ସଞ୍ଚୟ ଆକାଉଣ୍ଟ

ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନୂତନ ଧରଣର ପ୍ରମିୟମ ସଞ୍ଚୟ ଆକାଉଣ୍ଟ ’ଦି ୱାନ’ ପ୍ରଚଳନ କରାଯାଇଛି । ବର୍ତ୍ତମାନ ସମୟକୁ ଚାହିଁ ଏଥିରେ ଅନେକ ସୁବିଧାସୁଯୋଗ ରହିଛି । ସଦାସର୍ବଦା ଗସ୍ତରେ ରହୁଥିବା ଚାକିରିଆ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କର ଦୈନନ୍ଦିନ ଜୀବନର ଆଶାଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହୋଇପାରିବ ।

ଏହି ଆକାଉଣ୍ଟ ରେ ପରିବାର ସଦସ୍ୟଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଆବଶ୍ୟକ ସୁବିଧା ରହିଛି । ଏହି ଆକାଉଣ୍ଟ ଜରିଆରେ ସଂପତ୍ତି ସୃଷ୍ଟି, ସମ୍ବଳ ପରିଚାଳନା, ଜୀବନ ସୁରକ୍ଷା ଓ ପୁଞ୍ଜି ନିବେଶ ଆଦି କରାଯାଇପାରିବ । ଏହି ଆକାଉଣ୍ଟ ମ୍ୟାଗନମ ଓ ପ୍ଲାଟିନମ ଆଦି ୨ ଟି କିସମରେ ଉପଲବ୍‌ଧ । ’ଦି ୱାନ୍‌’ ଆକାଉଣ୍ଟ ଧାରୀ ଓ ତାଙ୍କ ପରିବାରକୁ ଏଥିରେ ଆବଶ୍ୟକ ଆର୍ଥିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିରେ ସ୍ୱାସ୍ଥ୍ୟ ଓ ଜୀବନ ସୁବିଧା ମଧ୍ୟ ଉପଲବ୍‌ଧ । ଏହି ଆକାଉଣ୍ଟ ଧାରୀ ସାମାନ୍ୟ ଡ଼େବିଟ କାର୍ଡ଼ ଖର୍ଚ୍ଚରେ ଆମାଜନ ଗିଫ୍ଟକାର୍ଡ଼ ସୁବିଧା ପାଇପାରିବେ । ଟିଟାନିୟମ ଶ୍ରେଣୀର କାର୍ଡ଼ଧାରୀ ଗ୍ରାହକ ବର୍ଷକ ପାଇଁ ଜେମାଟୋ ଗୋଲଡ଼ ସୁବିଧାସୁଯୋଗ ପାଇପାରିବେ ।

ସମ୍ବନ୍ଧିତ ଖବର