ମାଆଙ୍କୁ ସୃଷ୍ଟି କରିଥିବାରୁ ଆଈମାଆଙ୍କୁ ଧନ୍ୟବାଦ ଦେଲେ ଅଭିନେତ୍ରୀ ସାରା

ମୁମ୍ବାଇ: ମେ ୧୦ ତାରିଖଟି ଆମ ସମସ୍ତଙ୍କ ପାଇଁ ନିଶ୍ଚୟ ସ୍ବତନ୍ତ୍ର। କାହିଁକି ନା, ଏହି ଦିନଟି ହେଉଛି ମାଆମାନଙ୍କ ଦିନ। ଅର୍ଥାତ ମାତୃ ଦିବସ ବା ମଦର୍ସ ଡେ ଭାବେ ପରିଚିତ ଏହି ତାରିଖଟି।

ଏହି ଦିନରେ ଅନେକ ପୁଅଝିଅ ନିଜ ନିଜ ମାଆଙ୍କୁ ମନେ ପକାଇ ସୋସିଆଲ୍‌ ମିଡିଆରେ ମାଆଙ୍କ ସହ ଫଟୋ ସେୟାର୍‌ କରିଛନ୍ତି। ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମ୍ରିତା ସିଂହଙ୍କ ଝିଅ ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ମଧ୍ୟ ଏହି ଦିନରେ ନିଜ ମାଆଙ୍କ ପ୍ରତି ଥିବା ସ୍ନେହକୁ ପ୍ରକାଶ କରିବାର ସୁଯୋଗ ହାତଛଡ଼ା କରିନାହାନ୍ତି।

 

ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌‌ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋଟି ହେଉଛି ସାରାଙ୍କ ଜନ୍ମ ସମୟର। ଫଟୋରେ ତାଙ୍କ ମାଆ ଅମ୍ରିତା ଓ ତାଙ୍କ ଆଈ ଉଭୟ ନଜର ଆସିଛନ୍ତି।

ସାରା ଫଟୋକୁ ସେୟାର୍‌ କରି ଲେଖିଛନ୍ତି, ‘ମୋ ମାଆର ମାଆ। ମାଆକୁ ସୃଷ୍ଟି କରିଥିବାରୁ ଧନ୍ୟବାଦ।’ ଅର୍ଥାତ ପୋଷ୍ଟ୍‌ଟିରେ ସାରା ତାଙ୍କ ଆଈଙ୍କୁ ଧନ୍ୟବାଦ୍‌ ହେଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର