ବିବାହରେ ଦୀପିକାଙ୍କ ପରିବର୍ତ୍ତେ ରଣବୀର ପିନ୍ଧିବାକୁ ଯାଉଛନ୍ତି ଲେହେଙ୍ଗା,ଜାଣନ୍ତୁ ପୂରା ମାମଲା !

ମୁମ୍ବାଇ : ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୁହିଁଙ୍କ ଘରେ ଏବେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ବିବାହରେ ଦୁହେଁ କ’ଣ ପିନ୍ଧିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ଦିନ ଦୀପିକାଙ୍କ ପରିବର୍ତ୍ତେ ରଣବୀର ଲେହେଙ୍ଗା ପିନ୍ଧିବେ ବୋଲି ଜଣାପଡ଼ିଛି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

India Today

ସୂଚନା ମୁତାବକ, ଲୋକପ୍ରିୟ ରିୟାଲିଟି ସୋ’ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ଏକ ପ୍ରୋମୋ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଜଜ୍‌ କରଣଙ୍କ ପାଖକୁ ଏକ ଫୋନ କଲ ଆସୁଛି । କରଣ ଫୋନ ଧରିବା ପରେ ଜଣେ ମହିଳା ତାଙ୍କୁ ରଣବୀର ଏବଂ ଦୀପିକାଙ୍କ ମଧ୍ୟରେ ଲେହେଙ୍ଗାକୁ ନେଇ ଝଗଡ଼ା ହେଉଥିବା କହିବା ସହ ରଣବୀର ଲେହେଙ୍ଗା ପିନ୍ଧିବାକୁ ଅଡ଼ି ବସିଥିବା କହୁଛନ୍ତି । ଏହା ଶୁଣି କରଣ,ସେ କୌଣସି ଜିନିଷକୁ ନେଇ ଚିନ୍ତା କରନ୍ତି ନାହିଁ । କିନ୍ତୁ ତା’ମାନେ ନୁହଁ ଯେ ଆମେ ଚିନ୍ତା କରିବୁ ନାହିଁ । ଏହା ଏକ ରାଷ୍ଟ୍ରୀୟ ସଙ୍କଟ ଅଟେ । ମୋତେ ଯିବାକୁ ହେବ ବୋଲି କହୁଥିବା ଦେଖାଯାଇଛି । ତେବେ ଏହି ଭିଡ଼ିଓ ରଣବୀରଙ୍କୁ ଥଟ୍ଟା କରିବା ପାଇଁ ନିର୍ଦ୍ଦେଶକ କରଣ ଜୋହର ତିଆରି କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର