ସଲମାନ୍‌ ମନା କରିବାପରେ ଏହି ସିନେମାର ଟାଇଟଲ ବି ବଦଳିଛି !

ମୁମ୍ବାଇ: ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ନୂଆ ସିନେମା ହେଲା ‘ଜିରୋ’। ଏହା ପୂର୍ବରୁ ସେ ତନୁ ଓ୍ଵଡସ୍‌ ମନୁ, ରାଁଝନା ଓ ତନୁ ଓ୍ଵଡ୍‌ସ ମନୁ ରିଟର୍ଣ୍ଣସ ଭଳି ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହାର ପ୍ରଯୋଜକ ହେଲେ ଗୌରୀ ଖାନ୍‌ ଓ ଆନନ୍ଦ ଏଲ୍‌ ରାୟ।ସାଇନ୍‌ସ ଫିକସନ୍‌ ଡ୍ରାମା ଫିଲ୍ମ ‘ଜିରୋ’ର ଲେଖକ ହେଲେ ହିମାଂଶୁ ଶର୍ମା। ଅଜୟ-ଅତୁଲ ଏହାର ସଙ୍ଗୀତକାର।

ଯେତେବେଳେ ‘ଜିରୋ’ର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ, ସେତେବେଳେ ସେ ଏହାର ନାୟକ ଭୂମିକା ଲାଗି ସଲମାନ୍‌ଙ୍କୁ ଅଫର୍‌ ଦେଇଥିଲେ। ନିର୍ଦ୍ଦେଶକ ଭାବୁଥିଲେ ସଲମାନ୍‌ ଏହି ଭୂମିକାକୁ ଯଥୋଚିତ ନ୍ୟାୟ ଦେଇ ପାରିବେ।

କିନ୍ତୁ ସଲମାନ୍‌ ଖାନ୍‌ ମନା କରିଥିଲେ। ତା’ପରେ ଆନନ୍ଦ ଏଲ ରୟ ଫିଲ୍ମ ପାଇଁ  ଶାହାରୁଖ୍‌ ଖାନ୍‌ଙ୍କୁ ଅଫର୍‌ ଦେଇଥିଲେ। ଏଥିରେ ଜଣେ ଗେଡ଼ା ଲୋକ ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଥିଲେ ଶାହାରୁଖ୍‌। ସେ ୨୦୧୬ ମାର୍ଚ୍ଚରେ ରାଜି ହୋଇଥିଲେ। ‘ଜିରୋ’ ପୂର୍ବରୁ ଫିଲ୍ମର ଟାଇଟଲ୍‌ ରଖାଯାଇଥିଲା ‘କାଟ୍ରିନା ମେରି ଜାନ୍‌’। ସେତେବେଳେ ସଲମାନ୍‌-କାଟ୍ରିନା କୈଫ୍‌ଙ୍କୁ ନେଇ ଫିଲ୍ମ ତିଆରି କରିଥାନ୍ତେ ଆନନ୍ଦ। ସଲମାନ୍‌ ମନା କରିବାପରେ ଏହାର ନାଆଁ ରଖାଗଲା ‘ଜିରୋ’ ।

ସମ୍ବନ୍ଧିତ ଖବର