ଧର୍ମ ବଦଳାଇବା ଏବଂ ମୁସ୍‌ଲିମ୍‌କୁ ବିବାହ କରିବା ନେଇ ଟ୍ରୋଲ ହେବା ପରେ କଡ଼ା ଜବାବ ରଖିଲେ ଉର୍ମିିଳା ମାତୋଣ୍ଡକର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସ ଦଳର ଯୋଗ ଦେବା ସହ ମୁମ୍ବାଇର ନର୍ଥ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ମାର୍ଚ୍ଚ ୨୭ରେ ଉର୍ମିଳା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବୟାନବାଜି ଆରମ୍ଭ ହୋଇ ଯାଇଥିଲା । କିଛି ତାଙ୍କର ସାମିଲ ହେବାକୁ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିଲେ । କିଛି ଲୋକ ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ କହିବା ସହ ମୁସ୍‌ଲିମ୍‌ଙ୍କୁ ବିବାହ କରିଥିବା ନେଇ ସମାଲୋଚନା କରିଥିଲେ । ଏବେ ସମାଲୋଚନା କରିଥିବା ସମସ୍ତଙ୍କୁ ନିଜର କଡ଼ା ଜବାବ ଦେଇ ଚୁପ୍‌ କରାଇ ଦେଇଛନ୍ତି ଉର୍ମିଳା ।

oneindia.com

ନିଜର ଜବାବ ରଖି, ମୁଁ କେବେ ହେଲେ ବିବାହ ପରେ ମୋର ଧର୍ମ ବଦଳାଇ ନାହିଁ । ମୋ ସ୍ୱାମୀ ଯେତିକି ଗର୍ବିତ ମୁସଲମାନ ମୁଁ ସେତିକି ଗର୍ବିତ ହିନ୍ଦୁ । ଏହା ଆମ ଦେଶର ଏବଂ ଆମ ବିବାହର ସୁନ୍ଦରତା ବୋଲି କହିଥିଲେ ଉର୍ମିଳା ମାତୋଣ୍ଡକର ।

ସମ୍ବନ୍ଧିତ ଖବର