ପ୍ରତିଥର ହାରିବା ପରେ ଚଳିତ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପାଓ ଭାଜି ବିକ୍ରେତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ଉଭୟ ଧନୀ ଏବଂ ଗରିବ ପ୍ରାର୍ଥୀଙ୍କୁ ନେଇ ଖୁବ ଆଲୋଚନା କରାଯାଉଛି।

ଏହି କ୍ରମରେ ପାଓ ଭାଜି ବିକ୍ରି କରୁଥିବା ସ୍ବାଧୀନ ପ୍ରାର୍ଥୀ କୁଶେଶ୍ୱର ଭଗତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ପ୍ରାର୍ଥୀ ଜଣକ ଗୁରୁଗ୍ରାମ ଲୋକସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

କୁଶେଶ୍ୱର ଯେ ପ୍ରଥମଥର ନିର୍ବାଚନ ମିଇଦାନକୁ ଓହ୍ଲାଇଛନ୍ତି ତାହ ନୁହେଁ ଏହାପୂର୍ବରୁ ସେ ଦୁଇଥର ରାଷ୍ଟ୍ରପତି ନିର୍ବାଚନ, ତିନିଥର ଲୋକସଭା ନିର୍ବାଚନ ଓ ୨ଥର ବିଧାନସଭା ନିର୍ବାଚନରେ ​​ ପ୍ରତିଦ୍ୱନ୍ଦ୍ୱିତା କରି ସାରିଛନ୍ତି। କିନ୍ତୁ ପ୍ରତିଥର କୁଶେଶ୍ବରକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଏହାପରେ ବି ସେ ହାର ମାନି ନାହାନ୍ତି। ଏଥିର ବି ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

କୁଶେଶ୍ବର ଦାବି କରି କହିଛନ୍ତି, ‘ଚଳିତଥର ମୁଁ ୧୨ଲକ୍ଷ ଭୋଟରେ ବିଜୟୀ ହୋଇ ଲୋକଙ୍କ ସେବା କରିବି। କାରଣ ଗୁରୁଗ୍ରାମର ବାସିନ୍ଦା ଅନେକ ଅସୁବିଧାର ସ‌ାମ୍ନା କରୁଛନ୍ତି। ସେମାନେ ୨୦ବର୍ଷ ଧରି ଶାସନ କରୁଥିବା ନେତାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଗୁରୁଗ୍ରାମ ଆସନରେ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଫଳାଫଳ ଘୋଷଣା ତାରିଖକୁ ଅପେକ୍ଷା ରହିଲା।’

କୁଶେଶ୍ୱର ଭଗତ ଗୁରୁଗ୍ରାମର ସିଭିଲ୍ ଲାଇନରେ ପାଓ ଭାଜି ବିକ୍ରି କରିଥାଆନ୍ତି। ଅନେକ ଦୂରରୁ ଲୋକମାନେ ତାଙ୍କ ପାୱ ଭାଜି ଖାଇବାକୁ ଦୋକାନ ସାମ୍ନାରେ ଭିଡ଼ ଜମାଇ ଥାଆନ୍ତି।

 

ସମ୍ବନ୍ଧିତ ଖବର