ପୁରୁଷ ସଂପର୍କୀୟଙ୍କ ବିନା ପ୍ରଥମ ଥର ହଜ୍‌ ଯାଇ ଇତିହାସ ରଚିଲେ ୧୬ ମହାରାଷ୍ଟ୍ରୀୟ ମହିଳା

ମୁମ୍ବାଇ: ପ୍ରଥମ ଥର ଲାଗି ଭାରତୀୟ ମହିଳା ପୁରୁଷଙ୍କ ବିନା ହଜ୍‌ ଯାଇ ଇତିହାସ ରଚିଛନ୍ତି। ୪୫ ବର୍ଷରୁ ଊର୍ଧ୍ୱ ବୟସ୍କ ମହିଳା ଇଚ୍ଛା କଲେ ବିନା ପୁରୁଷ ସଂପର୍କୀୟଙ୍କ ସହାୟତାରେ ନିଜେ ନିଜେ ହଜ୍‌ ଯାଇପାରିବେ ବୋଲି ସାଉଦି ଆରବ ସରକାର ନିୟମ କରିବା ପରେ ଏହା ପ୍ରଥମ କରି ଭାରତରେ ଲାଗୁ ହୋଇଛି। ମହାରାଷ୍ଟ୍ରରୁ ପ୍ରାୟ ୧୨ ଜଣ ମହିଳା ନିକଟ ଭବିଷ୍ୟତରେ ହଜ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସାଉଦୀ ସରକାରଙ୍କ ନୂଆ ନିୟମକୁ ଚଳିତ ବର୍ଷ ପ୍ରଥମ କରି ଭାରତୀୟ ହଜ କମିଟି ଲାଗୁ କରିଛନ୍ତି। ଏହି ଘଟଣାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବ୍ଦାସ ନକଭୀ।

ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରେ ଥିବା ୬୨ ବର୍ଷୀୟା ବୃଦ୍ଧା ସାମସାଦାବାଇ ଇସ୍ରାଇଲୀ ସୟିଦ୍‌ ନିଜ ସ୍ୱାମୀଙ୍କ ସହ ହଜ୍‌ ଯିବାକୁ ଯୋଜନା କରିଥିଲେ। ମାତ୍ର ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ସାଙ୍ଗରେ ନେଇକରି ଯିବେ ବୋଲି ସ୍ଥିର ହୋଇଥିଲା। ବର୍ତ୍ତମାନ ନିୟମ ପରିବର୍ତ୍ତନ ହୋଇଥିବାରୁ ସେ ବିନା ପୁରୁଷ ସଂପର୍କୀୟରେ ଏକାକିନୀ ହଜ୍‌ ଯାଇପାରିବେ ବୋଲି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ନିଜର ଏକ ୪ ଜଣିଆ ଦଳ କରି ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ରେକର୍ଡ ରହିଛି ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ଏବର୍ଷ ୧,୭୫,୦୨୫ ଜଣ ଭାରତୀୟ ହଜ୍‌ ଯାତ୍ରା କରିବେ। ଏମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ରହିଛନ୍ତିି ମହିଳା।

ସମ୍ବନ୍ଧିତ ଖବର