‘ଇସ୍ରୋ’ର ଆଉ ଏକ ଐତିହାସିକ ସଫଳତା

ଏମିସାଟ୍‌, ୨୮ ବିଦେଶୀ ଉପଗ୍ରହର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ପିଏସ୍‌ଏଲ୍‌ଭି ସି-୪୯ ରକେଟ୍‌ ମାଧ୍ୟମରେ ଏମିସାଟ୍‌ (ଇଲେକ୍‌ଟ୍ରୋନିକ୍‌ ଇଣ୍ଟେଲିଜେନ୍ସ ସାଟେଲାଇଟ୍‌) ଉପଗ୍ରହକୁ ସଫଳତାର ସହ କକ୍ଷପଥର ଅବାସ୍ଥାପିତ କରିଛି। ଏହା ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ। ଏମିସାଟ୍‌ ଶତ୍ରୁ ପକ୍ଷର ରାଡାର୍‌ ସଂପର୍କରେ ମଧ୍ୟ ସଠିକ୍‌ ତଥ୍ୟ ଯୋଗାଇ ପାରିବ। ଏମିସାଟ୍‌ ସହିତ ବିଭିନ୍ନ ରାଷ୍ଟ୍ରର ୨୮ଟି ନାନୋ ସାଟେଲାଇଟ୍‌କୁ ମଧ୍ୟ ଉତ୍‌କ୍ଷେପଣ କରାଯାଇଥିଲା। ଏଥିରେ ୨୪ଟି ଆମେରିକୀୟ ଉପଗ୍ରହ ରହିଥିବା ଲିଥୁଆନିଆର ଗୋଟିଏ, ସ୍ପେନ୍‌ର ଗୋଟିଏ ଏବଂ ସ୍ବିଜରଲ୍ୟାଣ୍ଡ୍‌ର ଗୋଟିଏ ସ୍ୟାଟେ୍‌ଲାଇଟ୍‌ ସାମିଲ ଥିଲା। ଇସ୍ରୋର ଆଜିର ଅଭିଯାନରେ ୩ଟି ଭିନ୍ନ ଭିନ୍ନ କକ୍ଷରେ ଉପଗ୍ରହମାନଙ୍କୁ ଅବସ୍ଥାପିତ କରିବା ବଡ଼ ଚ୍ୟାଲେଂଜ ଥିଲା। ତେବେ ଇସ୍ରୋ ଏଥିରେ ଶତ ପ୍ରତିଶତ ସଫଳତା ହାସଲ କରିଛି। ପିଏସ୍‌ଏଲ୍‌ଭି ସି-୪୫ ମାଧ୍ୟମରେ ଏହି ସ୍ୟାଟେଲାଇଟ୍‌ଗୁଡ଼ିକୁ ପଠାଯାଇଥିଲା। ଭାରତର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ (ଡିଆର୍‌ଡିଓ) ନିମନ୍ତେ ଏମିସାଟ୍‌ ଅତ୍ୟନ୍ତ ଉପଯୋଗୀ ହେବ ବୋଲି କୁହାଯାଇଛି। ଏମିସାଟ୍‌ ଉପଗ୍ରହର ଓଜନ ୪୩୬ କିଲୋ ଏବଂ ଏହାକୁ ୭୪୯ କିମିର କକ୍ଷରେ ଅବସ୍ଥାପିତ କରାଯାଇଛି। ଏମିସାଟ୍‌ ମିସନ୍‌ରେ ଇସ୍ରୋ ଏବଂ ଡିଆର୍‌ଡିଓ ମିଳିତ ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର