ନୂଆଦିଲ୍ଲୀ : ମୋହମେଲା ସିରିପୁର ବ୍ୟାରେଜ ନିର୍ମାଣ ପାଇଁ ଛତିଶଗଡ଼ ସରକାର ପ୍ରାକ୍ ଯୋଗ୍ୟତା ଟେଣ୍ଡର ଜାରି କରିବାକୁ ବିରୋଧ କରି ଗତ ୭ ତାରିଖରେ ଓଡ଼ିଶା ସରକାର ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଛତିଶଗଡ଼ ସରକାର ୧୯ ପୃଷ୍ଠା ସମ୍ବଳିତ ସତ୍ୟପାଠ ଜରିଆରେ ଓଡ଼ିଶା ସରକାରଙ୍କ ଏହି ଆବେଦନର ଉତ୍ତର ରଖି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିରିପୁର ବ୍ୟାରେଜ ପାଇଁ କ୍ଷୁଦ୍ର ଜଳ ସେଚନ ଯୋଜନା ଅନ୍ତର୍ଗତ ପ୍ରଶାସନିକ ମଞ୍ଜୁରି ୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଦାନ କରାଯାଇଥିବା ବେଳେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ୱାରା ୨୦୧୭ ମସିହା ଜୁଲାଇ ୨୬ରେ ଅନ୍ତରୀଣ ଆଦେଶ ଦିଆଯାଇଥିଲା। ତେବେ ଛତିଶଗଡ଼ ସରକାର କେବଳ ପ୍ରାକ୍ ଯୋଗ୍ୟତା ଟେଣ୍ଡର ସମ୍ପର୍କୀତ ନଥିପତ୍ର ଜାରି କରିଥିବା ଜଣାପଡ଼ିଛି। ୨ହଜାର ହେକ୍ଟରରୁ କମ୍ ପ୍ରକଳ୍ପ ପାଇଁ ପରିବେଶ ମନ୍ତ୍ରାଳୟ ନିକଟରୁ ମଞ୍ଜୁରି ନେବାର କୌଣସି ଆବଶ୍ୟକତା ନଥିବା ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି। ମୋହମେଲା ସିରିପୁର ବ୍ୟାରେଜ ନିର୍ମାଣ ପାଇଁ ୨୦୧୬, ନଭେମ୍ବର ୮ ତାରିଖରେ ମିଳିଥିବା ପ୍ରଶାସନିକ ମଞ୍ଜୁରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଜୁଲାଇ ୨୦୧୭ର ଅନ୍ତରୀଣ ଆଦେଶ ଉପରେ ଲାଗୁ ହେଉନାହିଁ। ତେଣୁ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ବାସ୍ତବ ତଥ୍ୟକୁ ଉପସ୍ଥାପନ କରାଯାଇନଥିବାରୁ ଏହା ଖାରଜ ଯୋଗ୍ୟ ବୋଲି ଛତିଶଗନ ସରକାର କହିଥିଲେ। ଉଲ୍ଲେଖଯୋଗ୍ୟ,ଆନ୍ତର୍ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପ୍ରିନ୍ସିପାଲ ବେଞ୍ଚ ବିଚାରପତି ରଘୁବେନ୍ଦ୍ର ରାଥୋର ଓ ବିଶେଷଜ୍ଞ ଡ.ସତ୍ୟଓ୍ଵାନ ସିଂହ ଗାବିଓ୍ଵାଲଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।