ଜନ୍ମ ନେଲା ୩ଜଣଙ୍କ ଡିଏନ୍‌ଏ ଥିବା ନବଜାତକ

ନୂଆଦିଲ୍ଲୀ : ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସ୍ପାନିସ୍ ଏବଂ ଗ୍ରୀକ୍‌ର ଏକ ଡ଼ାକ୍ତରୀ ଟିମ୍‌ । ଆଗରୁ ଗୋଟେ ଡିଏନ୍‌ଏ ଥାଇ ଶିଶୁଟି ଜନ୍ମଗ୍ରହଣ କରିଥିବା ବେଳେ ଏବେ ପ୍ରଥମ ଥର ପାଇଁ ୩ଟି ଡିଏନ୍‌ଏ ଥାଇ ଶିଶୁଟି ଜନ୍ମ ହୋଇ ପାରିବ ବୋଲି ସ୍ପାନିସ୍ ଏବଂ ଗ୍ରୀକ୍‌ର ଏକ ଡ଼ାକ୍ତରୀ ଟିମ୍‌ ଘୋଷଣା କରିଛନ୍ତି । ଯେଉଁ ମହିଳାମାନେ ମା’ ହୋଇ ପାରୁ ନାହାନ୍ତି, ସେମାନଙ୍କୁ ଏହା ସହାୟକ ହେବା ସହ ଏହି ଉପଚାର ଏକ ନୈତିକ ବିତର୍କକୁ ଜନ୍ମ ଦେଇଥିବା ଜଣା ପଡ଼ିଛି ।

indiatimes.com

ସୂଚନା ମୁତାବକ, ଗୁରୁବାର ୩ଟି ଲୋକଙ୍କ ଡିଏନ୍‌ଏ ଥାଇ ଏକ ଶିଶୁ ଜନ୍ମଗ୍ରହଣ କରିଛି । ୩ଜଣଙ୍କ ମଧ୍ୟରେ ଶିଶୁଟିର ମା’, ତାର ବାପା ଏବଂ ସରୋଗେଟ୍‌ ମଦର ଥିବା ଜଣା ପଡ଼ିଛି । ପୂର୍ବରୁ ଆଇଭିଏଫ୍‌ ଟେକ୍‌ନିକ୍‌ ଦ୍ୱାରା ସରୋଗେଟ୍‌ ମଦର ଏବଂ ଶିଶୁଟିର ବାପାର ଡିଏନ୍‌ଏ ଦ୍ୱାରା ଶିଶୁଟି ଜନ୍ମଗ୍ରହଣ କରୁଥିବା ବେଳେ ଏବେ ଶିଶୁର ନିଜ ମା’ଙ୍କର ଡିଏନ୍‌ଏକୁ ମଧ୍ୟ ସାମିଲ କରାଯାଇ ପାରିବ ବୋଲି କହିଛନ୍ତି ଡ଼ାକ୍ତରୀ ଟିମ୍‌ । ଗୁରୁବାର ଶିଶୁଟି ଜନ୍ମଗ୍ରହଣ କରିଥିବା ବେଳେ ତାହାର ଓଜନ ୨.୯୬କିଲୋ ଥିବା ଜଣା ପଡ଼ିଛି । ଶିଶୁଟିର ମା’ ପୂର୍ବରୁ ଆଇଭିଏଫ୍‌ ପ୍ରକ୍ରିୟା ଦ୍ୱାରା ଶିଶୁ ଜନ୍ମ କରିବା ପାଇଁ ଅନେକ ଥର ପ୍ରୟାସ କରି ବିଫଳ ହେବା ପରେ ଏବେ ଯାଇ ତାଙ୍କୁ ସଫଳତା ମିଳିଛି ।

ସମ୍ବନ୍ଧିତ ଖବର