ଭାଲେଣ୍ଟାଇନ୍ସ ଡେ’କୁ ସମର୍ଥନ କରି କର୍ଣ୍ଣାଟକରେ ମେଣ୍ଢା ଓ ବିରୋଧ କରି ତାମିଲନାଡୁରେ କୁକୁର-ଗଧ ବିବାହ 

ବାଙ୍ଗଲେରୁ/ଚେନ୍ନାଇ: ଭାଲେଣ୍ଟାଇନ୍ସ ଡେ’ ଏକ ବିଦେଶୀ ପ୍ରଥା ହୋଇଥିଲେ ବି ବେଶ୍‌ କିଛି ବର୍ଷ ହେବ ଆମ ଦେଶ ଭାରତରେ ଏହା ଖୁବ୍‌ ସକ୍ରିୟ। ଏହି ଦିନଟିକୁ ପ୍ରେମୀମାନେ ନିଜ ମୁତାବକ ନିଆରା ଢଙ୍ଗରେ ପାଳନ କରିଥାନ୍ତିି। ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସକୁ କର୍ଣ୍ଣାଟକରେ ସମର୍ଥନ ମିଳିଥିବା ବେଳେ ତାମିଲ୍‌ନାଡୁରେ ବିରୋଧ ଭାବ ଦେଖିବାକୁ ମିଳିଛି। ହସ୍ତଗତ ହୋଇଥିବା ସୂଚନା ମୁତାବକ, କର୍ଣ୍ଣାଟକ ରକ୍ଷଣ ଭେଦିକେ(କେଆର୍‌ଭି) ସଂଗଠନ ପକ୍ଷରୁ ପ୍ରେମ ଦିବସକୁ ସମର୍ଥନ କରି ୨ଟି ମେଣ୍ଢାଙ୍କ ବିବାହ କରାଇଥିବା ବେଳେ ଚେନ୍ନାଇର ଭାରତ ହିନ୍ଦୁ ଫ୍ରଣ୍ଟ୍‌ କ୍ୟାଡର୍ସ ପକ୍ଷରୁ ଏକ କୁକୁର ସହ ଗଧର ବିବାହ କରାଇ ଏହାକୁ ବିରୋଧ କରାଯାଇଛି।

ଖାଲି ସେତିକି ନୁହେଁ ପ୍ରେମୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗୋଟାଏ ଦିନ ଛୁଟି ଘୋଷଣା କରନ୍ତୁ ବୋଲି କେଆର୍‌ଭି ପକ୍ଷରୁ ଦାବି ହୋଇଛି। ପ୍ରେମର କୌଣସି ଜାତି, ଧର୍ମ ନଥାଏ ବୋଲି କହି ସଂଗଠନ ପକ୍ଷରୁ ପ୍ରେମକୁ ବିରୋଧ କରିବା ଅନୁଚିତ ବୋଲି କୁହାଯାଇଛି।  କେନ୍ଦ୍ର ସରକାର ପ୍ରେମୀମାନଙ୍କ ନାମରେ ଗୋଟାଏ ଦିନ ଛୁଟି ଘୋଷଣା କରିବା ସହ ଯେଉଁ ପ୍ରେମୀ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଅନ୍ତୁ ବୋଲି କୁହାଯାଇଛି। ଅପରପକ୍ଷରେ ତାମିଲ୍‌ନାଡୁରେ ଏକ ଗଧ ସହ କୁକୁରର ବିବାହ କରାଇ ଏହି ଦିବସକୁ କଡ଼ାକଡ଼ି ଭାବେ ବିରୋଧ କରାଯାଇଛି। କୁକର ଏବଂ ଗଧଙ୍କ ବେକରେ ଫୁଲମାଳ ପକାଇ ବିବାହ କରାଯାଉଥିବା ବେଳ  ଚେନ୍ନାଇ ପୁଲିସ୍‌ ଏହାକୁ ବିରୋଧ କରିଛି। ବଜରଙ୍ଗୀ ଦଳମାନେ ବିଭିନ୍ନ ସ୍ଥାନରେ ବୁଲି ପ୍ରେମୀମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିବା ସୂଚନା ରହିିଛି।

 

 

 

ସମ୍ବନ୍ଧିତ ଖବର