ରନ୍ଥମ୍ବୋର ଜାତୀୟ ଉଦ୍ୟାନ ଅଞ୍ଚଳରେ ମହିଳାଙ୍କୁ ମାରି ପକାଇଲା ବାଘ

ଜୟପୁର: ଶନିବାର ସକାଳେ ରାଜସ୍ଥାନର ସଓ୍ଵାଇ ମାଧୋପୁର ଜିଲ୍ଲାରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଗୋଟାଏ ବାଘ ଖଣ୍ଡିଆଖାବରା କରି ମାରି ପକାଇଛି। ସକାଳ ୬ଟା ବେଳେ ରନ୍ଥମ୍ବୋର ନେସ୍‌ନାଲ୍‌ ପାର୍କ ଅନ୍ତର୍ଗତ ପାଡ଼ଲି ଅଞ୍ଚଳର ଏକ ବିଲରେ ଘଟନାଟି ଘଟିଛି। ପୀଡ଼ିତା ମୁନ୍ନୀ ଦେବୀ ବିଲରୁ ଶୌଚ ହୋଇ ଘରକୁ ଫେରୁଥିବା ବେଳେ ବାଘଟି ତାଙ୍କୁ ଆକ୍ରମଣ କରି ମାରି ପକାଇଥିଲା।

ବାଘଟି ତାଙ୍କ ମୁହଁକୁ କାମୁଡ଼ି ଖିନ୍‌ଭିନ୍‌ କରି ପକାଇଥିବା କଥା ଜଣେ ବନ ଅଧିକାରୀ କହିଛନ୍ତି।

ଗତବର୍ଷ ଡିସେମ୍ବର ୨୮ ତାରିଖରେ ମଧ୍ୟ ବାଘ ଜଣେ ୬୫ ବର୍ଷୀୟ ମହିଳାଙ୍କୁ ମାରି ପକାଇ ଥିଲା।

ଅଗଷ୍ଟ ୨୧ ତାରିଖରେ ମଧ୍ୟ ବାଘ ଆକ୍ରମଣ ଯୋଗୁଁ ଜଣେ ୨୯ ବର୍ଷିୟ ଯୁବକ ସାଙ୍ଘାତିକ ଆହତ ହୋଇଥିଲେ।

୨୦୧୭ ମସିହା ନଭେମ୍ବର ୨୪ ତାରିଖରେ ବି ସଓ୍ଵାଇ ମାଧୋପୁର ଅଞ୍ଚଳରେ ବାଘ ଗୋଟାଏ ଛେଳିକୁ ଖଣ୍ଡିଆଖାବରା କରି ପକାଇଥିଲା।

ସମ୍ପ୍ରତି ରନ୍ଥମ୍ବୋର ନେସ୍‌ନାଲ୍‌ ପାର୍କରେ ୭୦ଟି ବାଘ ଅଛନ୍ତି। ଜାତୀୟ ଉଦ୍ୟାନ ଇତିହାସରେ ଏତେ ପରିମାଣର ବାଘସଂଖ୍ୟା ପ୍ରଥମ।

ସମ୍ବନ୍ଧିତ ଖବର