Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଏହି ସବୁ ଆୟୁର୍ବେଦୀୟ ଔଷଧ ଦୈନନ୍ଦିନ ଜୀବନରେ ଖୁବ୍‌ କାମରେ ଆସିଥାଏ

0 1,370

କେତେକ ଲୋକ ଡାକ୍ତରୀ ଔଷଧ ଖାଇ ଜଲଦି ଭଲ ହୋଇଯାଆନ୍ତି। ବେଳେବେଳେ ଡାକ୍ତରୀ ଔଷଧର ପ୍ରଭାବ ପଡ଼ି ନ ଥାଏ ଏବଂ ରୋଗୀ ଆରୋଗ୍ୟ ଲାଭ କରି ନ ପାରି ବ୍ୟସ୍ତବିବ୍ରତ ହୋଇଯାଏ । ଯେଉଁ ଲୋକମାନଙ୍କୁ ଡାକ୍ତରୀ ଔଷଧ ନେବାରେ ଅସୁବିଧା ହୋଇଥାଏ,ସେମାନେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଆୟୁର୍ବେଦ ଚିକିତ୍ସା ଗ୍ରହଣ କରିପାରନ୍ତି । ତେବେ ସାଧାରଣ ଭାବେ ଆମେ ସାମ୍ନା କରୁଥିବା ସ୍ୱାସ୍ଥ୍ୟ ସମସ୍ୟା ଲାଗି ନିମ୍ନୋକ୍ତ ଆୟୁର୍ବେଦୀୟ ଔଷଧ ସୁଫଳ ଦେଇଥାଏ।

ଚ୍ୟବନପ୍ରାସ: ଏହା ଖାଣ୍ଟି ଘିଅ, ଗୁଡ ଏବଂ ବିଭିନ୍ନ ଜଡିବୁଟିରୁ ପ୍ରସ୍ତୁତ ହୋଇଥାଏ । ଏହା ଖାଇବା ଦ୍ୱାରା ରୋଗ-ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ଏହାକୁ ଦିନରେ ଦୁଇ ଥର ଗରମ ପାଣି ବା ଗରମ କ୍ଷୀରରେ ପିିଇବା ଉଚିତ୍‌ । ଏହା ଶରୀରକୁ ସୁସ୍ଥ ରଖିଥାଏ ।

 

ତ୍ରିଫଳା ଚୁର୍ଣ୍ଣ: ଏହା ଅଁଳା, ବାହାଡା, ହରିଡାରୁ ପ୍ରସ୍ତୁତ ହୋଇଥାଏ। । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର କରିଥାଏ । ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ ।

 

ଅବିପାତ୍ଚିକର ଚୂର୍ଣ୍ଣ: ଏହା ଅଁଳା, ଗୁଜୁରାତି ଏବଂ ତ୍ରିଫଳା ଆଦିରୁ ପ୍ରସ୍ତୁତ ହୋଇଥାଏ । ଏହାର ସେବନ କ୍ଷୀର କିମ୍ବା ମହୁ ସହ କରାଯାଏ। ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ।

 

ଜୁଆଣି ଅର୍କ: ଏହା ଖାଇବା ଦ୍ୱାରା ଗ୍ୟାସ ଓ ପେଟ ଫୁଲିବା ଆଦି ସମସ୍ୟା ଦୂର ହୋଇଥାଏ ।

 

ନାରାୟଣ ତେଲ: ଏହି ତେଲ ଲଗେଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ । ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ ଏହା ଲଗେଇବା ଦ୍ୱାରା ଆରାମ ମିଳିଥାଏ ।

 

ପଞ୍ଚତୁଳସୀ ବୁନ୍ଦା : ଆଲର୍ଜି ଓ କୀଟାଣୁ ଜନିତ ରୋଗ ଏହା ଲଗେଇବା ଦ୍ୱାରା ଭଲ ହୋଇଥାଏ । ପଞ୍ଚତୁଳସୀ ରସ ପିଇବା ଦ୍ୱାରା ଫ୍ଲୁ, ଥଣ୍ଡା-ସର୍ଦ୍ଦି ଭଲ ହୋଇଥାଏ ।

 

ରସୁଣ ବଟି: ପେଟ ଯନ୍ତ୍ରଣା ଆଦି ଦୂର କରିଥାଏ । ଜୀରା, ହେଙ୍ଗୁ, ସୈନ୍ଧବ ଲବଣ ଆଦିରୁ ପ୍ରସ୍ତୁତ ହୋଇଥାଏ। ଏହା ଗ୍ୟାସ ଭଲ କରିଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

11 − 5 =