ଜଳିଗଲା ୪ ବଖରା

ବାଲିଅନ୍ତା: ବାଲିଅନ୍ତା ଥାନା ଜୟଦେବ ପଞ୍ଚାୟତ ଉପର ସାହିରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ‌ଗୁଣନିଧି ସାହୁ ଓ ପୁନାନନ୍ଦ ସାହୁଙ୍କର ଦୁଇବଖରା ଗୁହାଳ ଘର ସମେତ ୪ ବଖରା ଘର ପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଖବର ପାଇ ବାଲିପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା‌ରେ ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଦୁଇ ଭାଇଙ୍କର ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ବେଳେ ଗୁଣନିଧିଙ୍କର ୩୦ ହଜାର ଟଙ୍କାର ଏକ ଗାଈ ଅଧା ପୋଡ଼ି ଯାଇଥିବା ଜଣାଯାଇଛି। ପ୍ରାଣୀ ଚିକିତ୍ସକ ଗ୍ରାମରେ ପହଞ୍ଚି ଆହତ ଗାଈର ଚିକିତ୍ସା କରିଥିଲେ। ପୂର୍ବାହ୍ନରେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣି, ଯୁବନେତା ଅର୍ଜୁନ ଜେନାମଣି ଓ ଜଗନ୍ନାଥପୁର ଆର୍‌ଆଇ ଗ୍ରାମରେ ପହଞ୍ଚି ବିପନ୍ନ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ପଲିଥିନ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର